ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଯୋଗୀ ଆଦିତ୍ୟନାଥ ଆଜି ଇକାନା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। କିଛି ମନ୍ତ୍ରୀ ମଧ୍ୟ ତାଙ୍କ ସହ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪ ଟାରେ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ବଡ ବଡ ନେତା ଉପସ୍ଥିତ ରହିବେ। ଯୋଗୀ ଆଦିତ୍ୟନାଥ ନିଜେ ମୁଲାୟମ ସିଂ, ଅଖିଳେଶ ଯାଦବ ଏବଂ ମାୟାବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ଶୁକ୍ରବାର ଦିନ ସିଏମ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୫୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରିବେ। ୭ ରୁ ୮ ଜଣ ମହିଳା ମଧ୍ୟ ନୂତନ କ୍ୟାବିନେଟରେ ମନ୍ତ୍ରୀ ହୋଇପାରିବେ। ଯଦିଓ କୌଣସି ମନ୍ତ୍ରୀଙ୍କ ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ କିଛି ପୁରୁଣା ମନ୍ତ୍ରୀ ଏବଂ ଯୁବ ଚେହେରାଙ୍କ କଥା ଖବରକୁ ଆସୁଛି। ସୂଚନାମୁତାବକ ଇକାନା ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ପାଇଁ ଭବ୍ୟ ପ୍ରସ୍ତୁତିର ଆୟୋଜନ କରାଯାଇଛି।