ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଯାହା ଫଳରେ ତାତୁଛି ପଶ୍ଚିମ ଓଡ଼ିଶା। ୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଝାଞ୍ଜି ପବନ ସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ବଲାଙ୍ଗୀର ,ସମ୍ବଲପୁର ଓ ବୌଦ୍ଧରେ ମଧ୍ୟ ୪୦ ଡିଗ୍ରୀ ରହିଛି । ପଶ୍ଚିମ ଓଡ଼ିଶାର ବହୁ ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ୩୯.୮ , ଭବାନୀପାଟଣା ୩୯.୬ , ସୋନପୁର ୩୯.୨ , ଅନୁଗୋଳ ୩୯.୧ , ସୁନ୍ଦରଗଡ଼ , ତାଳଚେର ଓ ନୟାଗଡ଼ରେ ପାରଦ ୩୯ ଡିଗ୍ରୀ ଥିବାବେଳେ ବାରିପଦାରେ୩୯.୫ ଡିଗ୍ରୀ ରେକର୍ଡ଼ କରାଯାଇଛି। ଭୁବନେଶ୍ବରରେ ୩୫.୬ ଓ କଟକରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।ଆଗାମୀ ୨୪ ଘଣ୍ଟାରେ ଜିଲ୍ଲାର କିଛି କିଛି ସ୍ଥାନ ଯଥା ମୟୂରଭଞ୍ଜ , କୋରାପୁଟ , ରାୟଗଡ଼ା , ଗଜପତି , ଗଞ୍ଜାମ ,କେନ୍ଦ୍ରାପଡା,ଯାଜପୁର, ଓ କନ୍ଧମାଳ ରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ। ଆଗାମୀ କିଛି ଦିନରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଶନିବାର ଉତ୍ତର ଉପକୂଳ ଓଡ଼ିଶା , ଗଜପତି , ରାୟଗଡ଼ା ଓ କୋରାପୁଟରେ ବର୍ଷା ହେବ । ରବିବାରଠାରୁ ରାଜ୍ୟରେ ପାଗ ଶୁଖୁଲା ରହିବ ବୋଲି କୁହାଯାଇଛି ।