ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମା ହେବେ ଦେବିନା ବାନାର୍ଜି। ନିକଟରେ ସେ ତାଙ୍କର ଗୋଦଭରାଇର କିଛି ମୁହୁର୍ତ୍ତ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ଲାଲ ରଙ୍ଗର ସାୱାର ପିନ୍ଧିଥିବାର ଦେଖାଯାଇଛନ୍ତି। ଏହି ପୋଷାକରେ ଦେବିନା ବହୁ ସୁନ୍ଦର ମଧ୍ୟ ଦେଖାଯାଉଥିଲେ। ସେ ଏହି ଫଟୋକୁ କ୍ୟାପସନରେ ଲେଖିଛନ୍ତି ଯେ “ସାଦ”। ତେବେ ସାଦ ହେଉଛି ଏକ ପରମ୍ପରା। ମୁଖ୍ୟତ ମହିଳା ମାନେ ଗର୍ଭବତୀ ଥିବା ସମୟରେ ତାଙ୍କୁ ଭିନ୍ନ ଭିନ୍ନ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ସେହି ମହିଳାମାନଙ୍କର ଇଚ୍ଛାକୁ ପୂରଣ କରିବାକୁ ଯାଇ ବହୁତ ପ୍ରକାରର ବ୍ୟଞ୍ଜନ ତିଆରି କରାଯାଇ ତାଙ୍କୁ ଖାଇବାକୁ ଦିଆଯାଇଥାଏ। ଏହିଥିରେ ବିଭିନ୍ନ ପ୍ରକାରର ଖାଇବା ସାମଗ୍ରୀ ରହିଥାଏ ମିଠା ଠାରୁ ଆରମ୍ଭ କରି ଫଳ ଆଦି ସବୁ ପ୍ରକାରର ଖାଦ୍ୟ ରହିଥାଏ ଯାହା ମହିଳାଙ୍କର ମନ ପସନ୍ଦର ହୋଇଥାଏ। ତେବେ ଦେବିନା ତାଙ୍କର ଏହି ମୂହୁର୍ତ୍ତକୁ ଭରପୁର ଉପଭୋଗ କରୁଥିବାର ଦେଖିବାକୁ ମିଳିଛି। ଏହା ସହ ସେ ଗୋଟିଏ ଗୀତରେ ନାଚୁଥିବାର ମଧ୍ୟ ଦେଖାଯାଇଛନ୍ତି।
ଫେବୃଆରୀରେ ଦେବିନା ଏବଂ ଗୁରୁମିତ ଘୋଷଣା କରିଥିଲେ ଯେ ସେମାନେ ସେମାନଙ୍କର ପ୍ରଥମ ସନ୍ତାନ ଆଶା କରୁଛନ୍ତି । ସୂଚନାମୁତାବକ ଏହି ଦମ୍ପତ୍ତି ୨୦୧୧ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଯଦି ଆମେ କାର୍ଯ୍ୟଉପରେ ନଜର କରାଇବା ତେବେ ଦେବିନାଙ୍କୁ ସାତ ବର୍ଷ ପୂର୍ବେ ଚିଡିଆ ଘର୍ ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।