ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଶ୍ରୀମନ୍ଦିରକୁ ବିପଦରେ ପକାଇ ସରକାରଙ୍କର ଐତିହ କରିଡ଼ର ନାମରେ ହେଉଥିବା କାର୍ଯ୍ୟକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ କରିଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ହୋଟେଲ କେଶରୀଠାରେ ବିଶ୍ବ ହିନ୍ଦୁ ପରିଷଦ , ଓଡ଼ିଶା ପୂର୍ବପ୍ରାନ୍ତ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଛି । ଏଥିରେ ସଂପାଦକ ଶ୍ରୀଯୁକ୍ତ ମହେଶ କୁମାର ସାହୁ କହିଛନ୍ତି ଯେ ଶ୍ରୀମନ୍ଦିରକୁ ସଂକଟରେ ପକାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ମିଟର ପରିଧି ଭିତରେ କୌଣସି ପ୍ରକାରର ଖନନ କାର୍ଯ୍ୟ କରିବା ପାଇଁ ପ୍ରତ୍ନତ୍ତତ୍ବ ବିଭାଗର ନିୟମାବଳୀ ଭିତରେ ନଥିଲେ ମଧ୍ୟ ପ୍ରଶାସନ ଅନେକ ଅନୁଷ୍ଠାନ ତଥା ବୁଦ୍ଧିଜୀବି ମାନଙ୍କ ବିରୋଧ ସତ୍ତ୍ୱେ କରୁଅଛନ୍ତି। ପ୍ରକାଶ ଥାଉକି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ମନ୍ଦିର କୋଟି କୋଟି ଓଡ଼ିଆ ତଥା ବିଶ୍ଵର ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କର ଆସ୍ଥା ଏବଂ ବିଶ୍ବାସର କେନ୍ଦ୍ର ଅଟନ୍ତି । ବିଭିନ୍ନ ଗଣ ମାଧ୍ୟମରୁ ଜଣାଯାଉଛି ଯେ ଏହି ଖନନ କାର୍ଯ୍ୟ କରିବା ଦ୍ବାରା ଶ୍ରୀ ମନ୍ଦିରର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଯଦି ଏହା ବାସ୍ତବ ସତ୍ୟ ହୋଇଥାଏ ତେବେ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନକୁ ବହୁତ ଆଘାତ ଦେବ । ଏ ପରିପ୍ରେକ୍ଷୀରେ ମନ୍ଦିରର ଯଦି କୌଣସି ପ୍ରକାରର ଅବକ୍ଷୟ ହୁଏ ଦାୟୀ କିଏ ? ଶ୍ରୀମନ୍ଦିରର ସୁରକ୍ଷା ନକରି ଐତିହ କରିଡ଼ର ନାମରେ ସରକାର ଐତିହ କୁ ବିପଦରେ ପକାଇ କେଉଁ ପ୍ରକାରର ବିକାଶ କରିବାକୁ ଚାହୁଁଛନ୍ତି , ତାହା ଆଜି ଦିନରେ ସବୁଠାରୁ ବଡ଼ ପ୍ରଶ୍ନବାଚି ? ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିର କୁ ନେଇ ସରକାରଙ୍କର ମନମୁଖୀ କାର୍ଯ୍ୟକୁ ଆମେ ଦୃଢ ନିନ୍ଦା କରୁଛି ବିଶ୍ବ ହିନ୍ଦୁ ପରିଷଦ । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିର ସମ୍ପର୍କରେ ସରକାର ନିର୍ଣ୍ଣାୟକ ଭୂମିକା ନେଲା ବେଳେ ପରମ ପୂଜ୍ୟ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ମନ୍ଦିର ପରିପାର୍ଶ୍ବର ଅବା ମଠ , ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମାନଙ୍କର ପରାମର୍ଶର ଆବଶ୍ୟକତା ମନେକରୁଛୁ । ପ୍ରଶାସନ ପ୍ରଥମତଃ ଶ୍ରୀମନ୍ଦିରର ସୁରକ୍ଷା କୁ ପ୍ରାଥମିକତା ଦେବାସହ ପ୍ରତ୍ନତ୍ବ ନିୟମାବଳୀକୁ ଅନୁଧ୍ୟାନ କରି ଐତିହ କାର୍ଯ୍ୟକୁ ଆଗେଇ ନେବା ପାଇଁ ଅନୁରୋଧ କରୁଛୁ । ଯଦି ଏଥ ପ୍ରତି ଧ୍ୟାନ ସରକାର ନଦିଅନ୍ତି ତାହେଲେ ଆଗାମୀ ଦିନରେ ସମଗ୍ର ଓଡ଼ିଶା ବ୍ୟାପି ଏହାର ଦୃଢ ପ୍ରତିବାଦ କରାଯିବ । ଏଥିପାଇଁ କେବଳ ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ନୁହେଁ ସମସ୍ତ ଜଗନ୍ନାଥପ୍ରେମୀ ସଂଗଠନ ମାନଙ୍କୁ ସହଯୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି । (ରିର୍ପୋଟ:ପ୍ରିୟକାନ୍ତ)