ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଉତ୍ତର ପଶ୍ଚିମ ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏକ ୧୭ ବର୍ଷର ବାଳକର ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ବ୍ୟାଗରେ ଭର୍ତ୍ତି ହୋଇରହିଥିବା ପୋଲିସ ପକ୍ଷରୁ ସୂଚନାମିଳିଛି। ପୋଲିସ କହିଛନ୍ତି ଯେ ଗୁରୁବାର ରାତିରୁ ବାଳକ ରୋହିଣୀ ଅଞ୍ଚଳରୁ ନିଖୋଜ ଥିଲା। ଶୁକ୍ରବାର ସକାଳ ୭ ଟାରେ ମୃତଦେହ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା।
ୟ-ବ୍ଲକ ମଙ୍ଗୋଲପୁରୀ ସମ୍ମୁଖରେ ଥିବା ମେନ୍ ରୋଡ୍ ପିର୍ ବାବା ମଜାର ନିକଟରେ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ବାଳକର ମିଳିଥିବା ମୃତ ଦେହର ଗଳାରେ ଆଘାତ ଲାଗିଛି। ଏହାସହ ଶରୀରକୁ ବାଇଗଣୀ ରଙ୍ଗର ଟ୍ରାଭେଲ ବ୍ୟାଗରେ ଭର୍ତ୍ତି କରାଯାଇଛି। ନିଖୋଜ ବ୍ୟକ୍ତିଙ୍କ ରେକର୍ଡ ଯାଞ୍ଚ ପାଇଁ ସମସ୍ତ ପଡୋଶୀ ପୋଲିସ ଷ୍ଟେସନ କୁ ସୂଚନା ଦିଆଯାଇଥିଲା ବୋଲି ପୋଲିସ କହିଛି। ତେବେ ଅନୁସନ୍ଧାନ ପରେ ରୋହିନୀ ସେକ୍ଟର -୧ ରେ ନିଖୋଜ ହୋଇଥିବା ୧୭ ବର୍ଷିୟ ବାସିନ୍ଦାଙ୍କ ମୃତଦେହ ବୋଲି ଜଣା ପଡିଛି। ନିଖୋଜ ରିପୋର୍ଟକୁ ଆଧାର କରି ଶୁକ୍ରବାର ଦିନ ଦକ୍ଷିଣ ରୋହିନୀ ପୋଲିସ ଷ୍ଟେସନରେ ଭାରତୀୟ ପେନାଲ କୋଡ ଧାରା ୩୬୩ (ଅପହରଣର ଦଣ୍ଡ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହାସହ ରୋହିଣୀର ସ୍ଥାନୀୟ ପୋଲିସ ଦ୍ୱାରା ଅଧିକ ଅନୁସନ୍ଧାନ କରାଯାଉଛି ବୋଲି ସେମାନେ ସୂଚନାଦେଇଛନ୍ତି।