ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ହସ୍ପିଟାଲ ରୁ ଡିସଚାର୍ଜ ହେବା ପରେ ଜେଲଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇ। ଗିରଫ ହେବା ପରେ ପୋଲିସ ତାଙ୍କୁ ଭୁବନେଶ୍ବର ଏବଂ ବାଣପୁର କୋର୍ଟରେ ହାଜର କରାଇଥିଲା। ବାଣପୁର କୋର୍ଟରେ ତାଙ୍କର ଆବେଦନ କୁ ନାମଞ୍ଜୁର କରାଯିବାରୁ ତାଙ୍କୁ ବାଣପୁର ଉପକାରଗାରକୁ ପଠାଯାଇଛି। ତେବେ ବିଧାୟକଙ୍କ ସ୍ବାସ୍ଥ୍ୟଅବସ୍ଥା ସଠିକ ନଥିବାରୁ ତାଙ୍କ ସହ ଜଣେ ଆସିଷ୍ଟାଣ୍ଟ ରହିବ ବୋଲି ସୂଚନାମିଳୁଛି। ତେବେ ବାଣପୁର କୋର୍ଟ ବିଧାୟକଙ୍କ ଜାମିନକୁ ନାମଞ୍ଜୁର କରିଥିବାରୁ ବିଧାୟକଙ୍କୁ ଗିରଫ କରିଯାଇଛି।
ସୂଚନାମୁତାବକ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଧାୟକ ଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଆକ୍ରମଣ ରେ ବିଧାୟକଙ୍କୁ ବହୁ କ୍ଷତ ଆସିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଧାୟକ ବେପାରୁଆ ଭାବରେ ଭିଡରେ ଗାଡି ଚଳାଉଥିଲେ ଏବଂ ଗାଡି କିଛି ଲୋକଙ୍କ ଉପରେ ଚଢ଼ାଇଥିଲେ। ଏହି କାରଣରୁ ଆଜି ବିଧାୟକଙ୍କୁ ଗିରଫ କରାଯାଇଛି।