ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଆଜି ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର। ବୁଧବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦ୍ବିତୀୟ ଥରପାଇଁ ବୃଦ୍ଧି ପାଇଛି। ଦ୍ବିତୀୟ ଦିନରେ ଲିଟରରେ ୮୦ ପଇସା ବୃଦ୍ଧି ପାଇଛି। ରାଜ୍ୟ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ୯୬.୨୧ ଟଙ୍କା ତୁଳନାରେ ଲିଟର ପିଛା ୯୭.୦୧ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୮୭.୪୭ରୁ ୮୮.୨୭ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଏହି ହିସାବରେ ଭୁବନେଶ୍ବରରେ ଏବେ ପେଟ୍ରୋଲ ୯୫ ପଇସା ଏବଂ ଡିଜେଲରେ ୯୧ ପଇସା ବୃଦ୍ଧି କରାଯାଇଛି।
ସୂଚନାମୁତାବକ ନଭେମ୍ବର ୪ ତାରିଖରୁ ପେଟ୍ରୋଲ କିମ୍ବା ଡିଜେଲ ଦରରେ ପରିବର୍ତ୍ତନ ଆସି ନଥିଲା। ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାର ତୈଳଦର ବୃଦ୍ଧି କରାଯାଇନଥିଲା। ତୈଳ କମ୍ପାନୀଗୁଡିକ ବର୍ତ୍ତମାନ ଯେଉଁ କ୍ଷତି ସହିଥିଲେ ଏହାକୁ ପୂରଣ କରୁବା ପାଇଁ ଏହାର ଦର ବୃଦ୍ଧି କରିଛନ୍ତି। CRISIL ଅନୁସନ୍ଧାନ ଅନୁଯାୟୀ, ଆନ୍ତର୍ଜାତୀୟ ତୈଳ ମୂଲ୍ୟରେ ବୃଦ୍ଧିକୁ ପୂର୍ଣ୍ଣ କରିବା ପାଇଁ ଲିଟର ପିଛା ୧୫ ରୁ ୨୦ ଟଙ୍କା ବୃଦ୍ଧି ଆବଶ୍ୟକ।