ସନଷ୍ଟାର ଟିଭି ବ୍ୟୁରୋ

ଚାନ୍ଦବାଲି :ଜମିବାଡ଼ି ବିବାଦ ଧାରଣ କରିଲା ଉଗ୍ରରୂପ । ପୂର୍ବରୁ କେବଳ ଏହା ବିବାଦ ହୋଇ ରହିଥିଲା କିନ୍ତୁ ଆଜି ଏହି ବିବାଦ ସବୁ ସୀମା ଟପିଛି। ହାତାହାତି ଯାଏଁ କଥା ପହଞ୍ଚିଛି। ତେବେ ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ବଡବଜାର ଠାରେ। ବୀରକିଶୋର ବେହେରା ଏବଂ ପୁରଷତ୍ତମ ବେହେରାଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ। ଏହି ଗଣ୍ଡଗୋଳରେ ବୀରକିଶୋରଙ୍କ ପୁଅ ବିଶ୍ଵନାଥ ବେହେରା ଗୁରୁତର ଆହତ ହୋଇଛନ୍ତି। ଏହାପରେ ବିଶ୍ଵନାଥଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପୁରଷତ୍ତମ ବେହେରା ଏବଂ ତାଙ୍କ ପୁଅ ତାପସ ଚନ୍ଦ୍ର ବେହେରା ଓ ଝିଅ ଆହତ ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତିl(ରିପୋର୍ଟ:ପ୍ରଶାନ୍ତ କୁମାର ପାଣି)