ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମାଧୁରୀ ଦୀକ୍ଷିତ ଏବଂ ତାଙ୍କ ସ୍ୱାମୀ ଶ୍ରୀରାମ ନେନେ ମୁମ୍ବାଇର ୱର୍ଲିରେ ଏକ ଘର ଭଡା ନେଇଛନ୍ତି। ଏହା ଏକ ଉଚ୍ଚ ମହଲା କୋଠା। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ କରିଛି ଯେ ଏହି ଦମ୍ପତି ଘରକୁ ଭଡାରେ ନେଇଛନ୍ତି ଏବଂ ମାସକୁ ଏହା ବାବଦରେ ୧୨.୫ ଲକ୍ଷ ଟଙ୍କା ଦେବାକୁ ପଡିବ। ସୂଚନାମୁତାବକ ଏହି ଦମ୍ପତ୍ତି ୨୯ ତମ ଫ୍ଲୋରରେ ରହିବେ । ଏହି ଘରକୁ ଡିଜାଇନ କରିବେ ଅପୂର୍ବା ସର୍ଫ । ତେବେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ଦମ୍ପତ୍ତି ଜଣକ ଖୁବ ନମ୍ର । ତେବେ ମାଧୁରୀଙ୍କୁ ୧୨.୫ଲକ୍ଷ ଟଙ୍କା ଦେବାକୁ ପଡିବ।