ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି କୋରାପୁଟ ଗସ୍ତରେ ଯାଇଥିଲେ। ଏହି ଗସ୍ତରେ ସେ ବିଏସଏଫ ହେଡ କ୍ବାଟର ପରିଦର୍ଶନ କରିଛନ୍ତି।

ରାଜ୍ୟପାଳଙ୍କ ଏହି ଗସ୍ତରେ ବିଏସ୍ଏଫ୍ ଓଡିଶା ଆଇଜି ଶ୍ରୀ ସତୀଶ ଚନ୍ଦ୍ର ବୁଦାକୋଟି ତାଙ୍କୁ ସ୍ୱାଗତ କରିଥିଲେ। ଆଇଜି ତାଙ୍କୁ ବିଏସ୍ଏଫ୍ ର ନିୟୋଜନ ଏବଂ ଏହି ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏହାବାଦ ସେଠାକାର ସ୍ଥାନୀୟ ଲୋକମାନେଙ୍କ ପାଇଁ ବିଏସ୍ଏଫ୍ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।