ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ଆମ୍ ଆଦମୀ ପାର୍ଟି ଦିଲ୍ଲୀରୁ ରାଘବ ଚଡ୍ଡା ବିଧାୟକଙ୍କୁ ପଞ୍ଜାବରୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି। ରାଘବ ଚଡ୍ଡା ସୋମବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୩୩ ବର୍ଷୀୟ ଚଡ୍ଡା ରାଜ୍ୟସଭାରେ ପହଞ୍ଚିଥିବା ଦ୍ୱିତୀୟ କନିଷ୍ଠ ସାଂସଦ ହେବେ। ଏହାପୂର୍ବରୁ ୩୨ ବର୍ଷୀୟ ଅନୁଭାବ ମହାନ୍ତି ରାଜ୍ୟସଭା ସାଂସଦ ହୋଇଛନ୍ତି। ଏହା ବ୍ୟତୀତ ୩୩ ବର୍ଷୀୟ ବକ୍ସର ମେରି କମ ମଧ୍ୟ ରାଜ୍ୟସଭା ସାଂସଦ ହୋଇଛନ୍ତି। ତେବେ ବର୍ତ୍ତମାନର ଗୃହରେ କନିଷ୍ଠ ସାଂସଦମାନଙ୍କ ମଧ୍ୟରୁ ରାଘବ ଚଡ୍ଡା ଜଣେ ହେବେ।
ସୂଚନାମୁତାବକ ମାର୍ଚ୍ଚ ୩୧ ରେ ପଞ୍ଜାବର ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପଞ୍ଜାବରେ ଆପର ମହା ବିଜୟ ହୋଇଥିଲା। ଏଥିରେ ରାଘବଙ୍କ ଭୂମିକା ମଧ୍ୟ ଅନେକ। ଏହାସହ ତାଙ୍କୁ କେଜେରିଓ୍ବାଲଙ୍କ ନିକଟତର ମଧ୍ୟ ଜଣାଯାଏ ଯେଉଁ କାରଣରୁ କେଜେରିଓ୍ବାଲ ରାଘବଙ୍କ ଉପରେ ଆଶା ପ୍ରକଟ କରି ତାଙ୍କୁ ଦିଲ୍ଲୀ ଜଳ ବୋର୍ଡର ଅଧ୍ୟକ୍ଷ ଦାଇତ୍ବ ଦେଇଥିବା ବେଳେ ଏହି ଦାଇତ୍ବକୁ ସଠିକ ଭାବରେ ତୁଲାଇଛନ୍ତି ରାଘବ। ଯାହାର ଫଳ ସ୍ବରୁପ ତାଙ୍କୁ ରାଜ୍ୟ ସଭାକୁ ପଠାଇଛି ଆପ୍।