ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଖରା। ଦିନ କୁ ଦି ପାରଦ ବଢ଼ିବାରେ ଲାଗିଛି । ସେପଟେ ଗ୍ରୀଷ୍ମ ପ୍ରଭାବରେ ଖଇ ଭଳି ଫୁଟୁଛି ପଶ୍ଚିମ ଓଡ଼ିଶା। ଗତ କିଛିଦିନ ହେଲା ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଗତକାଲି ପାରଦ ୪୧ ଡିଗ୍ରୀ ଟପିଛି । ଗତକାଲିର ରିର୍ପୋଟ ହିସାବରେ ୫ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ଏବଂ ବଲାଙ୍ଗିରରେ ତାପମାତ୍ରା ୪୧ ଡିଗ୍ରୀ ରହିଥିଲା। ଏହାସହ ଆଜି ଠାରୁ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ବୋଲି ସୂଚନାଦେଇଛି ପାଣିପାଗ କେନ୍ଦ୍ର। ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ସୂଚନାମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ , ଗଜପତି ଏବଂ ରାୟଗଡା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି । ବର୍ତ୍ତମାନ ଓଡିଶା ଆଡକୁ ଥଣ୍ଡା ବାୟୁ ପ୍ରବାହ ହେଉଛି ଯାହା ଫଳରେ ବାୟୁମଣ୍ଡଳର ଉଷ୍ଣ ବାୟୁ ଏବଂ ସମୁଦ୍ରରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ସମ୍ମିଶ୍ରଣରେ ବର୍ଷା ହୋଇପାରେ । ପାଣିପାଗ ବିଭାଗର ଆକଳନ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।