ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ସୋନମ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା ସୋମବାର ଘୋଷଣା କରିଛନ୍ତି ଯେ ସେମାନେ ଚଳିତ ବର୍ଷ ସେମାନଙ୍କର ପ୍ରଥମ ଶିଶୁ ଆଶା କରିଛନ୍ତି। ସୋନମ ଏନେଇ ଇଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ସ୍ବାମୀଙ୍କ କୋଳରେ ଥିବାର ନଜର ଆସିଥିଲେ। ସୋନମଙ୍କ ପିତା ଅଭିନେତା ଅନିଲ କପୁର, ତାଙ୍କ ଭଉଣୀ ରିୟା କପୁର, ନିକ ଜୋନାସ, ଅନୁଷ୍କା ଶର୍ମା ଏବଂ ଅନ୍ୟମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାମୁତାବକ ସୋନମ ଏବଂ ଆନନ୍ଦ ମେ ୨୦୧୮ରେ ମୁମ୍ବାଇରେ ବିବାହ କରିଥିଲେ।