ସନଷ୍ଟାର ଟିଭି ବ୍ୟୁରୋ

ଦେହରାଡୁନ୍: ପୁଷ୍କର ସିଂ ଧାମିଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଦାଇତ୍ବ ଦିଆଯାଇଛି। ଧାମିଙ୍କୁ ଦ୍ୱିତୀୟ ଥର ପାଇଁ ଏହି ଦାଇତ୍ବ ଦିଆଯାଇଛି ବୋଲି ଆଜି ବିଧାନସଭା ପାର୍ଟି ବୈଠକ ପରେ ବିଜେପି ଘୋଷଣା କରିଛି। ଯଦିଓ ଶ୍ରୀ ଧାମି ନିଜର ଆସନ ଖତିମା ରୁ ହାରିଛନ୍ତି। ପାହାଡ ରାଜ୍ୟ ଉତ୍ତରାଖଣ୍ଡରେ ବିଜେପି ଦ୍ୱିତୀୟ ଥର ପାଇଁ ରେକର୍ଡ ସୃଷ୍ଟି ହୋଇଛି।

ଦେହରାଡୁନରେ ବିଧାନସଭା ପାର୍ଟି ବୈଠକ ପରେ ଏହି ଘୋଷଣା କରାଯାଇଛି ଯେଉଁଠାରେ ରାଜ୍ୟ ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ ବରିଷ୍ଠ ନେତା ମୀନାକ୍ଷୀ ଲେଖୀ ଉପସ୍ଥିତ ଥିଲେ। ତେବେ ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ କରିଛନ୍ତି। ଏହାପରେ ରାଜନାଥ ସିଂ ଟ୍ବିଟ ମଧ୍ୟ କରିଛନ୍ତି। ସେ କହିଛନ୍ତି ଆମର ପୁଷ୍କର ଧାମୀଙ୍କ ଉପରେ ବିଶ୍ବାସ ଅଛି ଯେ ତାଙ୍କ ନେତୃତରେ ଉତ୍ତରାଖଣ୍ଡରେ ଅନେକ ଉନ୍ନତି ହୋଇପାରିବ । ତେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଧାମୀ ମାର୍ଚ୍ଚ ୧୧ରେ ଇସ୍ତଫା ଦେଇଥିଲେ।