ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରବିବାର ଦିନ କରିସ୍ମା କପୁର ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ମାଲଦ୍ୱୀପ ଛୁଟିରେ ଭଉଣୀ କରୀନା କପୁରଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି କରିସ୍ମା । ତେବେ ଏହି ଫଟୋ କରୀନାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ଫଟୋରେ, ସୂର୍ଯ୍ୟକିରଣ ହେତୁ କରୀନାଙ୍କ ଚେହେରା ଲାଲ ଦେଖାଯାଉଥିଲା। ଯାହାକି ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଥିପାଇଁ ମନ୍ତବ୍ୟ ବିଭାଗରେ କରୀନାଙ୍କ ଫଟୋକୁ ନେଇ ପ୍ରଶ୍ନ ଭରି ଯାଇଛି। ଜଣେପ୍ରଶଂସକ ଲେଖିଛନ୍ତି, “OMG Bebo ଚର୍ମ।” ଅନ୍ୟ ଜଣେ କହିଛନ୍ତି “ତୁମର ଚେହେରା ଟମାଟୋ ପରି କାହିଁକି?” ଆଉ ଜଣେ ପଚାରିଛନ୍ତି, ବେବୋଙ୍କ ମୁହଁ ଏତେ ଲାଲ କାହିଁକି? ତେବେ କରୀନା କାହିଁକି ନାଲି ଦେଖାଯାଉଛନ୍ତି? ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ତେବେ କରିସ୍ମା କପୁର ଏହି ଫଟୋକୁ କ୍ୟାପସନ୍ ଦେଇଛନ୍ତି ଯେ ପରସ୍ପର ପାଇଁ କୃତଜ୍ଞତା। ସୂଚନାମୁତାବକ କରୀନା ଏବଂ କରିସ୍ମା କପୁର ୧୪ ମାର୍ଚ୍ଚରେ ନିଜ ପିଲାମାନଙ୍କ ସହିତ ମାଲଦ୍ୱୀପ ଯାଇ ୧୯ ମାର୍ଚ୍ଚରେ ମୁମ୍ବାଇ ଫେରିଥିଲେ। କରୀନା ଏବଂ କରିସ୍ମାଙ୍କ ବନ୍ଧୁ ନତାଶା ପୁନାୱାଲା ମଧ୍ୟ ସେମାନଙ୍କ ସହ ମାଲଦ୍ୱୀପରେ ଯାଇଥିଲେ। କପୁର ଭଉଣୀମାନେ ମାଲଦ୍ୱୀପରେ ହୋଲି ପାଳନ କରିଥିଲେ।ତେବେ କରୀନା କପୁରଙ୍କୁ ଆମୀର ଖାନଙ୍କ ଆଗାମୀ ଚଳଚିତ୍ର ଲାଲ ସିଂ ଚଡ୍ଡାରେ ଦର୍ଶକ ଦେଖିବାକୁ ପାଇବେ। ଯାହା ଅଗଷ୍ଟ ୧୧, ୨୦୨୨ ରେ ମୁକ୍ତିଲାଭ କରିବ।