ସନଷ୍ଟାର ଟିଭି ବ୍ୟୁରୋ

କୋରପୁଟ :କୋରପୁଟ ଦିନିକିଆ ଗସ୍ତରେ ଡିଜିପି ସୁନୀଲ ବଂଶଲ। ଡିଜିପି ଏହି ଗସ୍ତରେ ଆସି କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚାଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ଭିତରେ ରହିଛି । ଏହାସହ ନକ୍ସଲ ଗତିବିଦ୍ଧି ଉପରେ ନଜର ରହିଛି। ଗତ ପଂଚାୟତ ନିର୍ବାଚନ ଭଳି ଆସନ୍ତା ୨୪ ତାରିଖ ପୌରାଞ୍ଚଳ ନିର୍ବାଚନ କିଭଳି ସୁରୁଖୁରୁରେ ଶେଷ ହେବ ସେ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଡିଜିଙ୍କ ସହ ଗସ୍ତରେ ଥିବା ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ,ବିଏସଏଫ ,ଦକ୍ଷିଣ ପଶ୍ଚିମାଚଳ ଡିଆଇଜି ,କୋରାପୁଟ ଏସପି ଓ ବିଏସଏଫ ଆଇ ଜି,ଡିଆଇଜି ଉପସ୍ଥିତ ଥିଲେ । ଆଜି ସକାଳ ୯.୧୫ ମିନିଟରେ ହେଲିକେପ୍ଟର ଯୋଗେ ଆସି କୋରାପୁଟବିଏସଏଫ ସେକ୍ଟର ପଡିଆରେ ଅବତରଣ କରିଥିଲେ । ଡିଜିଙ୍କ ସହ ସେ୍ପାଶାଲ ଡିଜି ଏମ କେ ଛାବ୍ରା,ଗୁଇନ୍ଦା ନିର୍ଦେଶକ,ଲ ଳିତ ଦାଶ,ଆଇଜି ଅପରେସନଅମିତାଭ ଠାକୁର,SIW IGଅନିରୁଧ ସିଂ ,ବିଏସଏଫ ଆଇଜି ବୁଡିକୋଟି ପ୍ରମୁଖ ରହିଛନ୍ତି ।

କୋରାପୁଟସ୍ତିତ ଦକ୍ଷିଣପଶ୍ଚିମାଂଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଂଚି ସମୀକ୍ଷା କରିଛନ୍ତି । ଏହାପରେ OSAP ତୃତୀୟ ବାଟାଲିୟନ ପରିଦର୍ଶନ କରିଥିଲେ ପରେ SOG ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ତିତି ଅନୁଧ୍ୟାନ କରିଥିଲେ। ସମୀକ୍ଷା କରିବାପରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଯାଇଛନ୍ତି ଯାଇ ସେଠାରୁ ରାୟଗଡ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।(ରିର୍ପୋଟ: ବେଂକଟେଶ୍ୱର ରାଓ)