ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଚାଇନାର ଏକ ବିମାନ ଦୁଃର୍ଘଟଣା ଗ୍ରସ୍ତ ହୋଇଛି। ଏହି ବିମାନଟି ଚାଇନା ଇଷ୍ଟର୍ନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ନାମ ବିମାନ ଥିଲା ଯାହାକି କୁନ୍ମିଙ୍ଗରୁ ଗୁଆଙ୍ଗଜୋ ଅଭିମୁଖେ ଯାତ୍ରା କରୁଥିଲା। କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଏହା ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟରେ ଏହା କ୍ଷତିଗ୍ରସ୍ତ ହୋଇଛି। ଏହି ବିମାନରେ ୧୩୨ ଜଣ ସଦସ୍ୟ ମଧ୍ୟରେ ୯ଜଣ କ୍ରୁ ସଦସ୍ୟ ରହିଥିଲେ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କଲା ଯେ କୁନିମିଙ୍ଗରୁ ବିମାନ ଉଡ଼ାଣ ପରେ ଗୁଆଙ୍ଗୋଉରେ ଯୋଜନା ଅନୁଯାୟୀ ଚୀନ୍ ଇଷ୍ଟର୍ନ ବିମାନ MU5735 ପହଞ୍ଚି ନଥିଲା। ଫ୍ଲାଇଟ୍ ଟ୍ରାକର୍ ରେ ବିମାନ ପାଇଁ ଅଧିକ ତଥ୍ୟ ଦେଖାଇଲା ନାହିଁ ଯେତେବେଳେ ଏହା ୱୁଜୋରେ ପହଞ୍ଚିଲା। ମିଳିଥିବା ସୂଚନାରୁ ଯାହା ଦର୍ଶାଯାଇଛି ଯେ ବିମାନ ସୂଚନା ବନ୍ଦ ହେବା ପୂର୍ବରୁ ବିମାନଟି ତିନି ମିନିଟ୍ ମଧ୍ୟରେ ୨୯,୧୦୦ ଫୁଟ ଉଚ୍ଚତାରୁ ୩୨୨୫ ଫୁଟକୁ ତୀବ୍ରଗତିରେ ଖସି ଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏଥିରୁ କାହାକୁ ଜୀବିତ ଉଦ୍ଧାର କରାଯାଇନାହିଁ, ଯେହେତୁ ବିମାନ ତଳକୁ ଖସିବା ପୂର୍ବରୁ ହିଁ ଏଥିରେ ଧୂଆଁ ବାହାରୁଥିବାର ଦେଖାଯାଉଛି ତେଣୁ ଏଥିରୁ କେହି ଜୀବିତ ନଥିବେ ବୋଲି ଅନୁମାନ କରାଯାଉଛି।