ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ଵର :ହେଲ୍ପ ଫର ୟୁ ଫାଉଣ୍ଡେସନ ପରିବାର ତରଫରୁ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସରସିଦା ହାଇସ୍କୁଲ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଅଭାବରୁ କାହାରି ଯେମିତି ମୃତ୍ୟୁ ନ ହୁଏ ଏହି ଚିନ୍ତାଧାରା ନେଇ ଯେମିତି ଆମର ରକ୍ତ ଆମ ଅଜାଣତରେ ଆଉ କାହାର ଜୀବନ ବଞ୍ଚେଇ ବାରେ ସହାୟକ ହେବ ସେହି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରକ୍ତ ଦାନ ହେଉଛି ମହା ପୁଣ୍ୟ। ଏହି ରକ୍ତ ଦାନ ଶିବିର ରେ ସରସୀଦା ହାଇସ୍କୁଲ ର ଶିକ୍ଷକ ମନୋରଞ୍ଜନ ଦତ୍ତ, ରକ୍ତ ଦାନ ଶିବିର କୁ ଶୁଭ ଉଦ୍ଘାଟନ କରିଥିଲେ। ଏହାସହ ଶିକ୍ଷକ ବିପଦ କୁମାର ସାହୁ, ଶିକ୍ଷକ ବିଜୟ କୁମାର ଭୂୟାଁ , ସମାଜ ସେବୀ ନିର୍ମଳ କୁମାର ରାଜ, କାର୍ତ୍ତିକ ଚନ୍ଦ୍ର ପରିଡ଼ା,ଶରତ ପାତ୍ର, ବିମ୍ବାଧର ପରିଡ଼ା ଓ ହେଲ୍ପ ଫର ୟୁ ଫାଉଣ୍ଡେସନ ସଭାପତି ମାନସ ରଞ୍ଜନ ଧଳ ଙ୍କ ନେତୃତ୍ବରେ ଏହି ରକ୍ତ ଦାନ ଶିବିର ଟି ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମର ଉପସଭାପତି ସୁଜିତ କାମିଳା, ଉପସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସମ୍ପାଦକ ସୁବାଶିଷ ମାନସ ରଞ୍ଜନ ରାଉଳ କୋଷାଧ୍ୟକ୍ଷ ଗୋପିକୃଷ ପ୍ରଧାନ ଓ ସଙ୍ଗଠନ ର ସଦସ୍ୟ ମାନସ ରଞ୍ଜନ ବେହେରା, ହେମନ୍ତ ପାତ୍ର, ଚିନ୍ମୟ ପ୍ରମାଣିକ, ମନମୋହନ ଗିରି,ସଞ୍ଜୟ ପରିଡା, ଚନ୍ଦନ ପରିଡ଼ା ସଦସ୍ୟା ମାନଙ୍କର ସହଯୋଗ ଓ ରକ୍ତ ଦାତା ମାନଙ୍କ ର ସହଯୋଗ ଓ ପ୍ରଚେଷ୍ଟା ରେ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ମହାନ କାର୍ଯ୍ୟକ୍ରମ କୁ ବୃଦ୍ଧି ଜୀବି ମହଲରେ ବେଶ୍ ପ୍ରଶଂସା ମଧ୍ୟ କରାଯାଇଛି।(ରିର୍ପୋଟ:ଚନ୍ଦନ ଜେନା)