ସନଷ୍ଟାର ଟିଭି ବ୍ୟୁରୋ;
(ଭୁବନେଶ୍ୱର); କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଳିଲେ ପଖାଳ ଦିବସ, ନିଜ ବାସଭବନରେ ପଖାଳ ଖାଇ ଏହି ଦିବସକୁ ଆନନ୍ଦର ସହ ପାଳିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ପଖାଳ ତାଙ୍କର ପ୍ରିୟ ବୋଲି ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ଜଣାଇଛନ୍ତି ଧର୍ମେନ୍ଦ୍ର, ପଖାଳ କଂସା ସହିତ, ବଡିଚୁରା, ଶାଗ, କୋବିଭଜା, ଏବଂ ଅନ୍ୟାନ୍ୟ ଓଡିଆ ବ୍ୟଞ୍ଜନ ଖାଉଥିବାର ଫଟୋ ସେୟାର କରିଛନ୍ତି ଧର୍ମେନ୍ଦ୍ର
ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ ‘ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତି ପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ସତରେ ନିଆରା । #PakhalaDibasa pic.twitter.com/mg433KEQjL
— Dharmendra Pradhan (@dpradhanbjp) March 20, 2022