ସନଷ୍ଟାର ଟିଭି ବ୍ୟୁରୋ

ଯାଜପୁର : ହୋଲି ଖେଳ ସାଝିଲା କାଳ। ନଦୀ ପଠାକୁ ଯାଇଥିଲେ ଗାଧେଇବା ପାଇଁ ହେଲେ ଜାଣି ନଥିଲେ ଏହି ହୋଲି ତାଙ୍କ ପାଇଁ ଶେଷ ହୋଲି ସାବ୍ୟସ୍ତ ହେବ। ଯାଜପୁର ଟାଉନ ଥାନା ଅନ୍ତର୍ଗତ ବଡ଼ ସୁଆର ଅଞ୍ଚଳରେ ଖରସ୍ରୋତା ନଦୀକୁ ହୋଲି ଖେଳି ଗାଧୋଇ ଯାଇଥିବା ବେଳେ ନଦୀରେ ବୁଡି ୭ ଜଣ ନିଖୋଜ ହୋଇଛନ୍ତି । ଅଗ୍ନିଶମ ବିଭାଗ ଦ୍ୱାରା ଜଣେ ଜୀବିତ ଓ ଜଣେ ମୃତ ଯୁବକ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମ ବିଭାଗ ର ଦୁଇଟି ଟିମ ନିଖୋଜ ଯୁବକ ମାନଙ୍କୁ ଖୋଜିବାରେ ନିୟୋଜିତ ହୋଇଛନ୍ତି । ସନ୍ଧ୍ୟା ହୋଇ ଯିବାରୁ ଖୋଜା ଖୋଜିରେ ବିଳମ୍ବ ଘଟିଛି । ତେବେ ଟିକିଏ ସାବଧାନତା ପରଖିଥିଲେ ଏପରି ଅଘଟଣ ହୋଇ ନଥାନ୍ତା ବୋଲି ଆଶା କରାଯାଉଛି।