ସନଷ୍ଟାର ଟିଭି ବ୍ୟୁରୋ
କୋଣାର୍କ : ଅନୁଷ୍ଠିତ ହେବାକୁ ଯାଉଛି ୩୬ତମ କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବ। ଆସନ୍ତା ୨୦ରେ ତାରିଖରେ ଅନୁଷ୍ଠିତ ହେବ କୋଣାର୍କ ନୃତ୍ୟ ସଙ୍ଗୀତ । ପଦ୍ମଶ୍ରୀ ସ୍ଵର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ସାଂସ୍କୃତିକ ଗୁରୁକୂଳ ଆଶ୍ରମ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହେବ। ତେବେ ସୂଚନାମୁତାବକ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋଣାର୍କ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଶିଷ୍ଟ ସାହିତ୍ୟିକମାନେ ଯୋଗଦେବେ । ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତରେ ଭୁବନେଶ୍ବର ଗୁରୁ ଡଃ . ଧୀରଜ ମହାପାତ୍ର ଓ ସାଗରିକା କୁଣ୍ଡ , ଦ୍ୱିତୀୟ ଚରଣରେ ସୁରଭି ଅନୁଷ୍ଠାନ ଭୁବନେଶ୍ବରର ଓଡ଼ିଶୀ ନୃତ୍ୟରେ ଗୁରୁ ଡଃ . ପୀତାମ୍ବର ବିଶ୍ବାଳ ଓ ସାଥୀ , ତୃତୀୟ ଚରଣରେ ଜଣାଶୁଣା ଛଉନୃତ୍ୟ ଗୁରୁ ଡଃ . ରମଣୀ ରଞ୍ଜନ ଜେନା ଓ ସାଥୀମାନଙ୍କ ଦ୍ବାରା ଛଉନୃତ୍ୟ ପରିବେଷଣ କରାଯିବ ବୋଲି କୋଣାର୍କ ନାଟ୍ୟ ମଣ୍ଡପର ଯୁବ ସମ୍ପାଦକ ଗୁରୁପଦ ବଳିୟାରସିଂହ ସୂଚନା ଦେଇଛନ୍ତି ।