ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଭାଗବତ ମାନଙ୍କର କ୍ୟାବିନେଟରେ ଦଶଜଣ ପଞ୍ଜାବ ମନ୍ତ୍ରୀ ଶନିବାର ଦିନ ଚଣ୍ଡିଗଡ଼ରେ ଏକ ବିଶାଳ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭାଗତ ସିଂଙ୍କ ପୈତୃକ ଗ୍ରାମ ଖତର କାଲାନ ଠାରେ ଏକ ବିରାଟ ସମାରୋହରେ ୪୮ ବର୍ଷିୟ ମନ ବୁଧବାର ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଶୁକ୍ରବାର ଦିନ ନୂଆ ପଞ୍ଜାବ କ୍ୟାବିନେଟରେ ୧୦ ଜଣ ମନ୍ତ୍ରୀଙ୍କ ନାମ ପ୍ରକାଶ କରିଥିଲେ। ୧୧୭ବିଧାନସଭା ଆସନ ମଧ୍ୟରୁ ୯୨ଟି କ୍ଷମତାକୁ ଆସିଥିବା ଆମ୍ ଆଦମୀ ପାର୍ଟିର ନୂତନ ପ୍ରତିଶ୍ରୁତି ପୂରଣ କରିବାକୁ ନୂତନ ମନ୍ତ୍ରୀମାନେ ଆଶାବାଦୀ। ଏହି କାର୍ଯ୍ୟକ୍ରମ ସକାଳ ୧୧.୧୦ରୁ ଆରମ୍ଭ ହେବାପରେ ହରପାଲ ସିଂ ଛେମା ପ୍ରଥମ ନେତା ଭାବେ ଶପଥ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଡ଼ ବଲଜିତ କୌର, ହରଭଜନ ସିଂ, ଡ଼ ବିଜୟ ସିଙ୍ଗଲା ଏବଂ ଅନ୍ୟମାନେ ଶପଥ ଗ୍ରହଣ କରିଥିଲେ।