ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମପଞ୍ଚାୟତ ଫୁଟାନଡା CRP ଯବାନ କ୍ୟାମ୍ପ ଦ୍ବାରା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ପୁଲିସ ପ୍ରସାଶନ ଓ CRPF ଯବାନଙ୍କୁ ଦେଖିଲେ ଜନସାଧାରଣଙ୍କ ମନରେ ଭୟ ଦେଖିବାକୁ ମିଳିଥାଏ। କିନ୍ତୁ ଲୋକମାନେ ଜାଣିରଖିବା ଆବଶ୍ୟକ ପୁଲିସ ପ୍ରସାଶନ ହୁଅନ୍ତୁ ଅବା CRPF ଯବାନ ସେମାନେ ଜନସାଧାରଣଙ୍କ ଶତ୍ରୁ ନୁହନ୍ତି, ସେ ହେଉଛନ୍ତି ଜନସାଧାରଣଙ୍କ ମିତ୍ର। ଏ କଥା ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ ସମୟରେ ପୁଲିସ ପକ୍ଷରୁ ଜନସମ୍ପର୍କ ଶିବିରର ଆୟୋଜନ କରାଯାଇଥାଏ। ଏଭଳି ଏକ ଜନସମ୍ପର୍କ ଶିବିର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମାଓଗଡ କୁନ୍ଦେଇ ବାର ବାଟାଲିୟନ୍ ସିଆରପିଏଫ ଯବାନଙ୍କ କ୍ୟାମ୍ପରେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ୧୨ବାଟାଲିୟନ ର ମୁଖ୍ୟ ଏନ.ରତନସିଂ, ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ବଳ, କୁନ୍ଦେଇ ଏସ୍ ଆଇ ପ୍ରଶାନ୍ତ କୁମାର ସେଠି, କୁନ୍ଦେଇ ସରପଞ୍ଚ ସୁନିତା ଗଣ୍ଡ ପ୍ରମୁଖ ଯୋଗଦେଇଥିଲେ। ଉପସ୍ଥିତ ଅତିଥି ମାନେ ପୁଲିସ, ଫୁଟାନଡାର ଜନସାଧାରଣ ଓ ସିଆରପିଏଫ ଯବାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ଆଲୋଚନା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହ ଜନସାଧାରଣ ପୋଲିସକୁ ନଡରି ନିଜ ଅସୁବିଧା ବିଷୟରେ ଜଣାଇବାକୁ ଅନୁରୋଧ କରିଥିଲେ ଏବଂ ମାଓବାଦୀ ଙ୍କ ସହ ସମ୍ପର୍କ ନ ରଖିବାକୁ ଅନୁରୋଧ କରିଥିଲେ। ଉପାନ୍ତ ଅଞ୍ଚଳରେ ଆଜି ମଧ୍ୟ ନବରଙ୍ଗପୁର ଜିଲ୍ଲା ଗାଁ ଗହଳି ରେ ଶିକ୍ଷା ର ଅଭାବ ଯୋଗୁ ଭୟ ରେ ରହିଥିବା ସହ ପୁଲିସ ଓ ସିଆରପିଏଫ ଯବାନଙ୍କ ସାହାଯ୍ୟ କୁ ବୁଝିପାରନ୍ତି ନାହି। ଏହାପରେ ଅଞ୍ଚଳର ଅନେକ ଗରିବ ଲୋକଙ୍କୁ କିଛି ସାମଗ୍ରୀ ବଣ୍ଟନ କରାଯାଇଥିଲା ଏହାପରେ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। (ରିର୍ପୋଟ: ପୂର୍ଣ୍ଣଚନ୍ଦ୍ର ନାୟକ)