ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ତିନିଟି ସାପ ସହିତ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ ଷ୍ଟଣ୍ଟ କରୁଥିଲେ ହେଲେ ପରିଣାମ ବହୁତ ଖରାପ ହେଲା। ଯାହାର ଶେଷଭାଗରେ ଗୋଟିଏ ସର୍ପ ତାଙ୍କୁ ଆକ୍ରମଣ କରିଥିଲା। ସିର୍ସିର ସାପ ପ୍ରେମୀ ମଜା ସୟଦ୍ ତିନିଟି କୋବ୍ରା ସହ ସୁଟିଂ କରାଯାଇଥିବାର ଦେଖିବାକୁ ମିଳିଛି। ଯାହାକୁ ଅନେକ ବିଶେଷଜ୍ଞ ଏକ ଭୟଙ୍କର ଢ଼ଙ୍ଗରେ ବର୍ଣ୍ଣନା କରିଛନ୍ତି। ସେ ସାପମାନଙ୍କ ଆଗରେ ଆଣ୍ଠୁମାଡି ବସିଥିବାର ଦେଖାଯାଅନି। ଏହି ଭିଡିଓରେ ସେ ସାପ ମାନଙ୍କ ଲାଞ୍ଜକୁ ଧୀରେ ଧୀରେ ଟାଣିଲେ ଏବଂ ଏହାପରେ ସେ ସର୍ପ ଆଗରେ ହାତ ବୁଲାଇଲେ, ଏହାପରେ ଗୋଟିଏ କୋବ୍ରା ଅଙ୍ଗଭଙ୍ଗୀ ଦେଖାଇ ହଠାତ ମଜାଙ୍କ ଆଣ୍ଠ ଉପରେ ଆକ୍ରମଣ କରିଥିଲା।
ଦୁର୍ଭାଗ୍ୟବଶତ ସୟଦ୍ ଙ୍କ ଏହି ଷ୍ଟଣ୍ଟ ଶେଷ ବହୁ କ୍ଷତିକାରକ ସାବ୍ୟସ୍ତ ହୋଇଥିଲା ଯେତେବେଳେ ହଠାତ୍ ଏକ ସାପ ତାଙ୍କୁ ଆଘାତ କଲା। ଅନଲାଇନରେ ଭାଇରାଲ ହୋଇଥିବା ଫୁଟେଜରୁ ଜଣାପଡିଛି ଯେ ସାପଟି ଷ୍ଟଣ୍ଟମ୍ୟାନଙ୍କ ଉପରେ ଫଣା ଟେକି ଆଣ୍ଠୁକୁ କାମୁଡ଼ୁଛି। ସରୀସୃପ ଆଣ୍ଠକୁ କାମୁଡି ଧରିଥିଲା ଏହି ଭିଡିଓ ଅନଲାଇନ ରେ ପୋଷ୍ଟ ହେବା ପରେ ଏହାକୁ ନେଇ ବିଭିନ୍ନ ସାପ ଏବଂ ପଶୁ ଉଦ୍ଧାରକାରୀ ମାନେ ଏହାକୁ ନ କରିବା ପାଇଁ ବାରଣ କରିବା ସହ ଏହା ବହୁ କ୍ଷତିକାର ସାବ୍ୟସ୍ତ ହୋଇପାରେ ବୋଲି ସୂଚନା ଦେଇ କହିଛନ୍ତି। ସେ କହିଛନ୍ତି ଏହା ଏକ ବହୁତ ଲୋକପ୍ରିୟ ଷ୍ଟଣ୍ଟ ଯାହାକୁ ଅନେକ ଲୋକ ଅନୁସରଣ କରନ୍ତି ଏବଂ ସେମାନେ ଏହାର ଗମ୍ଭୀରତାକୁ କେହି ବୁଝନ୍ତି ନାହିଁ। ବହୁ ବନ୍ୟଜୀବ ଉଦ୍ଧାରକାରୀ ମାନେ ପ୍ରକାଶ କରିଛନ୍ତି ଯେ ଏହା ବଦଳରେ ଜୀବନ ମଧ୍ୟ ହାରିବାକୁ ପଡିପାରେ। ତେଣୁ ଏହି ସବୁ ଷ୍ଟଣ୍ଟ କରିବା ବହୁ କ୍ଷତିକାର ହୋଇପାରେ ବୋଲି ସେ କହିଛନ୍ତି।