ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବାଜିଲା ଦ୍ବାଦଶ ବୋର୍ଡ ପରୀକ୍ଷା ବିଗୁଲ। ଏପ୍ରିଲ ୨୮ ରୁ ଆରମ୍ଭ ହେବ ଦ୍ବାଦଶ ପରୀକ୍ଷା। ଅଫ ଲାଇନ ମୋଡ ରେ ହେବ ପରୀକ୍ଷା। ଆସନ୍ତା ୨୮ ରୁ ଆରମ୍ଭ ହେବ ପରୀକ୍ଷା। ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦେଖି ସକାଳ ସିଟିଙ୍ଗରେ ପରୀକ୍ଷା କରାଯିବ। ଗୋଟିଏ ସିଟିଙ୍ଗରେ ହେବ ପରୀକ୍ଷା । ଏକା ସହ ହେବ କଳା,ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା। ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ଏଥର ମୋଟ ରାଜ୍ୟର ୩ଲକ୍ଷ ୨୦ ହଜାର ପିଲା ଦ୍ବାଦଶ ପରୀକ୍ଷା ଦେବେ । ତେବେ ଚଳିତ ବର୍ଷ ପରୀକ୍ଷାରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ନିଜ କଲେଜର ଶିକ୍ଷକ ମାନଙ୍କ ଦ୍ବାରା ପ୍ରାକ୍ଟିକାଲ ପରୀକ୍ଷା କରାଯିବ।ତେବେ ରାଜ୍ୟରେ ଖରାର ପ୍ରଭାବକୁ ଆଖି ଆଗରେ ରଖି ଦୈନଦିନ ଗୋଟିଏ ସିଟିଙ୍ଗରେ ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।