ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ : ଗତଆଜି ଅପରାହ୍ନ ୩.୩୦ ମିନିଟ ସମୟରେ କୋରାପୁଟ ଜିଲ୍ଲା ଦାମନଯୋଡିରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଯାଉଥିବା ଆନ୍ଧ୍ରପ୍ରଦେଶର ଏକ ସରକାରୀ ବସ ( AP.31Z – 0346 ) ଦୁର୍ଘଟଣାଗ୍ରସ୍ଥ ହୋଇଥିବା ସୂଚନା ମିଳିଛି। ବସଟି ପଟ୍ଟାଙ୍ଗି ନିକଟସ୍ଥ ମାଳିପୁଟ ଗ୍ରାମ ନିକଟ ବାଲିଘାଟ ରାସ୍ତା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟିହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ବସ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଯାଇଛି। ତେବେ ସୂଚନାମୁତାବକ ଏହି ବସରେ ଥିବା ୩୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। କେତେକ ଆହତ ମାନଙ୍କୁ ନିକଟସ୍ତ କୁନ୍ଦୁଲି ସ୍ବାସ୍ଥ୍ୟ କେନ୍ଦ୍ର ଓ ପଟ୍ଟାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଥିବା ବେଳେ ଗୁରୁତର ଆହତଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁସାରେ ବସଟି ଦ୍ରୁତ ବେଗରେ ଯାଉଥିବା ବେଳେ ଡ୍ରାଇଭର ବସକୁ ନିୟନ୍ତ୍ରଣ କରିନପାରି ଗଛରେ ନେଇ ପିଟିଦେଇଥିଲେ । ଡ୍ରାଇଭରଙ୍କ ଭୁଲ ଯୋଗୁଁ ବସଟି ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି ।(ରିର୍ପୋଟ: ବେଙ୍କଟେଶ ରାଓ)