ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP) ନେତା ଭଗବନ୍ତ ସିଂ ମନ ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ରାଜ୍ୟ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା।
ମୋଦୀ ଟ୍ବିଟ କରି ଲେଖିଛନ୍ତି ପଞ୍ଜାବର ସିଏମ ଭାବରେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ଭଗବନ୍ତ ମନ ଜୀଙ୍କୁ ବହୁ ଅଭିନନ୍ଦନ। ପଞ୍ଜାବର ଅଭିବୃଦ୍ଧି ତଥା ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ଉଲ୍ଲେଖ କରି କହିଛନ୍ତି। ପଞ୍ଜାବର ସହିଦ ଭାଗତ ସିଂ ଙ୍କ ଗ୍ରାମରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ପଞ୍ଜାବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟରେ ବେକାରି, ଦୁର୍ନୀତି ଏବଂ ଚାଷୀଙ୍କ ଅସୁବିଧା ଭଳି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।
ଏହି ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏବଂ ହଳଦିଆ ରଙ୍ଗର ପଗଡ଼ି ପିନ୍ଧିଥିବା ଅନେକ ନେତା ସେଠାରେ ଉପସ୍ଥିତ ଥିଲେ।୧୧୭ସଦସ୍ୟ ବିଶିଷ୍ଟ ବିଧାନସଭାରେ ୯୨ ଟି ସିଟ୍ ଜିତି ପଞ୍ଜାବରେ ସରକାର ଗଢ଼ିବାରେ ସକ୍ଷମ ହୋଇପାରିଛି ଆପ।