ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପ୍ରବଳ ଖରାର ପ୍ରକୋପରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଛନ୍ତି । ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏଥିସହ ରାଜ୍ୟର ତାପମାତ୍ରା ୪୦.୦ ଡ଼ିଗ୍ରୀ ଦିନ ତାପମାତ୍ରା ହୋଇଛି। ୩ ସହରରେ ୪୦ ଡ଼ିଗ୍ରୀ ଛୁଇଁଲା ଦିନ ତାପମାତ୍ରା। ଏଥିସହ ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୮.୧ ଡିଗ୍ରି ଓ କଟକଠାରେ ୩୮ଡିଗ୍ରି ରେକର୍ଡ ହୋଇଛି । ଆସନ୍ତାକାଲି ରାଜ୍ୟର ପାରଦ ସ୍ତର ୪୦ ଅତିକ୍ରମ କରିବ ବୋଲି ସୂଚନା ମିଳିଛି । ଆସନ୍ତା ୫ ଦିନ ପ୍ରଚଣ୍ଡ ଖରା ରହିବା ସହ ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଏଣୁ ଆସନ୍ତା ୩ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୟେଲୋୱାଣ୍ଡିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ , ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟ ତାପମାତ୍ରା ୩ରୁ ୪ଡିଗ୍ରି ବୃଦ୍ଧି ପାଇବ । ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ । ଫଳରେ ଅସହ୍ୟ ହେବ ବୋଲି କେନ୍ଦ୍ର ସବୁଠୁ ଉତ୍ତପ୍ତ – ତାପମାତ୍ରା ଖରା ସତର୍କ କରିଛି । ଉପରେ କେନ୍ଦ୍ର କହିଛି , ଆସନ୍ତାକାଲି ସୋନପୁର , ବୌଦ୍ଧ , ବଲାଙ୍ଗୀର , ଅନୁଗୁଳ , ନୟାଗଡ଼ , ଖୋର୍ଧା , ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ବଢ଼ିବ । ଏଣୁ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି । ଏଥିସହ ୧୭ ଓ ୧୮ ତାରିଖ ଦିନ ସୋନପୁର , ବୌଦ୍ଧ , ବଲାଙ୍ଗୀର , ଅନୁଗୁଳ , ନୟାଗଡ଼ , ଖୋର୍ଦ୍ଧା , ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲା ସମେତ ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନାକୁ ନେଇ ୟେଲୋ ୱାଣ୍ଡିଂ ଜାରି କରାଯାଇଛି ।