ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହେଲେ ଦୁଇଜଣ କର୍ମୀ । ବିଜୁ ଯୁବ ଜନତା ଦଳ ରୁ ନିହାର ହୋତା ଏବଂ ସନ୍ତୋଷ ହୋତା ଙ୍କୁ ସସପେଣ୍ଡ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବାର ସୂଚନାମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଜେଡି ର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ନିହାର ହୋତା ଏବଂ ସନ୍ତୋଷ ହୋତା ଆଠମଲ୍ଲିକ ଏନଏସିର ଅନୁଗୁଳର ବିଜେଡି ସଦସ୍ୟ ଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଷ୍କାସିତ କରାଯାଇଛି।