ସନଷ୍ଟାର ଟିଭି ବ୍ୟୁରୋ
ଅମୃତସର: କଂଗ୍ରେସର ମୁଖିଆ ସୋନିଆ ଗାନ୍ଧୀ ପାଞ୍ଚଟି ରାଜ୍ୟରେ ଦଳର ମୁଖିଆଙ୍କୁ ବରଖାସ୍ତ କରିବାର ପାଇଁ ନୋଟିସ ଜାରି କରିଛନ୍ତି। ଏହି ନୋଟିସ ଜାରି କରିବା ପରେ ପଞ୍ଜାବ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ସେ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିର ନକଲ ଟ୍ୱିଟର ସେୟାର କରିବା ସହ ଲେଖିଛନ୍ତି ଯେ କଂଗ୍ରେସ ସଭାପତିଙ୍କ ଇଚ୍ଛାନୁସାରେ ମୁଁ ମୋର ଇସ୍ତଫା ପଠାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ଗତକାଲି ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟ କଂଗ୍ରେସ ୟୁନିଟ୍ ଗୁଡ଼ିକର ପୁନର୍ଗଠନକୁ ସୁଗମ କରିବା ପାଇଁ ଏହି ଇସ୍ତଫା ଦାବି କରାଯାଇଛି। ସୋନିଆ ଗାନ୍ଧୀ ପିସିସିର ପୁନର୍ଗଠନକୁ ସୁଗମ କରିବା ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କହିଛନ୍ତି।
କଂଗ୍ରେସ ସଭାପତି ହୋଇଥିବା ସମ୍ପର୍କରେ ସିଦ୍ଧୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଲୋକମାନେ ପରିବର୍ତ୍ତନ ବାଛିଛନ୍ତି ଏବଂ ସେମାନେ ଭୁଲ୍ କରନ୍ତି ନାହିଁ। ଏହାସହ ସେ କହିଛନ୍ତି, “ଲୋକଙ୍କ ସ୍ୱର ହେଉଛି ଇଶ୍ବରଙ୍କ ସ୍ୱର। ଆମେ ଏହାକୁ ନମ୍ରତାର ସହିତ ବୁଝିବା ଆବଶ୍ୟକ ଏବଂ ଏହାକୁ ଗ୍ରହଣ କରିବା ଆବଶ୍ୟକ ଅଟେ। ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ କିଛି ଭଲ ପ୍ରଦର୍ଶନ କରି ପାରି ନଥିଲା। କଂଗ୍ରେସର ଗଡ ବୋଲାଉଥିବା ପଞ୍ଜାବରେ ମଧ୍ୟ କଂଗ୍ରେସକୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା। ଯେଉଁଠାରେ ପ୍ରଥମ ଥର ପାଇଁ ଆପ ନିଜ ସରକାର ଗଢ଼ିଛି।