ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତ ଶୁକ୍ରବାର ବକ୍ସଅଫିସରେ ମୁକ୍ତିଲାଭ କରିଛି ବିବେକ ଅଗ୍ନିହୋତ୍ରୀଙ୍କ ‘କାଶ୍ମୀରି ଫାଇଲ୍ସ’। ଚଳଚିତ୍ର ତ ଅନେକ ମୁକ୍ତିଲାଭ କରେ କିନ୍ତୁ ଏପରି କିଛି ଚଳଚିତ୍ର ରହିଛି ଯାହା ଆମକୁ ଦେଖିବା ନିହାତି ଭାବରେ ଆବଶ୍ୟକ। ସେହି ଭଳି ଏକ ଚଳଚିତ୍ର ହେଉଛି ‘କାଶ୍ମୀରି ଫାଇଲ୍ସ’। ଯେଉଁଥିରେ ଜଣେ କାଶ୍ମୀର ପଣ୍ଡିତଙ୍କୁ କିପରି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ସେହି ବିଷୟରେ ନାଟ୍ୟାଙ୍କନ କରାଯାଇଛି। ଏହାସହ ମୁସମାଲଙ୍କ ଜୁଲମ, ସେମାନେ କିପରି ନାରୀ ମାନଙ୍କୁ ନିର୍ଯ୍ୟାତନା ଦେବା ସହ ତାଙ୍କୁ ବଳତ୍କାର କରିଥିଲେ ଏହି ଚଳଚିତ୍ରରେ ଦର୍ଶାଯାଇଛି। ବାସ୍ତବରେ ଏହି ଚଳଚିତ୍ର ଯେଉଁ ସତକଥାକୁ ଦର୍ଶାଯାଇଛି ତାହା ଆଗରୁ କୌଣସି ଚଳଚିତ୍ରରେ ଆମେ ଦେଖିନେ। ଏଥିଲାଗି ଲୋକସଭାରେ ମଧ୍ୟ ଏହି ଚଳଚିତ୍ରକୁ ପ୍ରଶଂସା କରାଯାଇଛି। ସର୍ବ ଶେଷରେ ଏହି ଚଳଚିତ୍ର ଆମକୁ ଶିକ୍ଷା ଦେଉଛି ଯେ ଧର୍ମ,ଜାତି ସର୍ବଶେଷରେ ଆମେ ସମସ୍ତେ ହେଉଛନ୍ତି ହିନ୍ଦୁସ୍ଥାନୀ। ଆଉ ଆମେ ଏହି କଥାକୁ ଭଲ ଭାବରେ ବୁଝି ନେବା ଆବଶ୍ୟକ।ଏହାସହ ଭୁବନେଶ୍ବର ବନ୍ଦେମାତାରମ ପକ୍ଷରୁ ଦେଶବାସୀ ମାନଙ୍କୁ ଏହି ଚଳଚିତ୍ର ଦେଖିବା ପାଇଁ ଏକ ଅଭିନବ ଉପାୟରେ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି। (ରିର୍ପୋଟ:ପ୍ରିୟକାନ୍ତ )