ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ସପ୍ତାହରେ ପାକିସ୍ତାନରେ ଅବତରଣ କରିଥିବା ମିସାଇଲ ଉପରେ ରାଜ୍ୟସଭାରେ ସାମ୍ୟକ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଏହି ମିଜାଇଲ ଭୁଲବଶତଃ ନିକ୍ଷେପ ହୋଇଥିଲା। ଏବଂ ଏହି ମିଜାଇଲ ପାକିସ୍ତାନ ମାଟିରେ ପଡିଥିବା ଆମେ ପରେ ଜାଣିବାକୁ ପାଇଲୁ।
ଏହି ଘଟଣାରେ ପାକ ସେନା କହିଛି ଯେ ଏକ ଭାରତୀୟ ପ୍ରୋଜେ୍କଟାଇଲ ପାକିସ୍ତାନର ବାୟୁମଣ୍ଡଳରେ ପ୍ରବେଶ କରିବା ସହ ଏହା ମିଆନ୍ ଚାନ୍ନୁ ନାମକ ଅଞ୍ଚଳର ଏକ ସ୍ଥାନ ନିକଟରେ ପଡ଼ିବା ପରେ ଏହାର ଆଖପାଖ ଅଞ୍ଚଳରେ କିଛି କ୍ଷତି ଘଟାଇଛି।
ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ଘଟଣାର ତଦନ୍ତ ପାଇଁ କୋର୍ଟକୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ଏହି ଘଟଣାରେ କାହାରି ଜୀବନହାନି ହୋଇନାହିଁ ବୋଲି ସୂଚନାମିଳିଛି। ସୂଚନାମୁତାବକ ନିତ୍ୟ ବ୍ୟବହାର୍ଯ୍ୟ ରକ୍ଷଣାବେକ୍ଷଣ ସମୟରେ ୯ମାର୍ଚ୍ଚ ୨୦୨୨ ରେ ତ୍ରୁଟିପୂର୍ଣ୍ଣ କାରଣରୁ ଏକ କ୍ଷେପଣାସ୍ତ୍ର ଭୁଲବଶତଃ ନିକ୍ଷେପ ହୋଇଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭାରତ ସରକାର ଏକ ଗୁରୁତର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ପାଇଁ କୋର୍ଟକୁ ନିର୍ଦ୍ଦେଶ ଦିଆଯାଇଛି।