ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଗକୁ ପୌର ନିର୍ବାଚନ। ୨୪ ତାରିଖ ଦିନ ପୌର ନିର୍ବାଚନ ଥିବାରୁ ଆଜି ଡକାଯାଇଥିଲା ସର୍ବଦଳୀୟ ବୈଠକ। ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବସିଥାଏ ସର୍ବଦଳୀୟ ବୈଠକ । ବୈଠକ ପୂର୍ବାହ୍ନ ସାଢେ ୧୧ ଟାରେ ବସିଥିଲା। ତେବେ ଆଗାମୀ ବେଜଟ ଅଧିବେଶନ କିପରି ସୁରୁଖୁରରେ ହୋଇପାରିବ ସେନେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଚସ୍ପତି ଡ . ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ( ଭିସି)ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବିଜେଡି ବିଧାୟକ ଦେବୀ ମିଶ୍ର ଉପସ୍ଥିତ ଥିଲେ। ସୂଚନାମୁତାବକ ବଜେଟ ଅଧିବେଶନ ୨୫ରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ । ପ୍ରଥମଦିନ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୬ ଓ ୨୭ରେ ଆଲୋଚନା ହେବ । ୩୦ରେ ବଜେଟ ଉପସ୍ଥାନ ଓ ୩୧ରେ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ । ବଜେଟ ଅଧ୍ଵିବେଶନ କିଭଳି ଶାନ୍ତିଶୃଙ୍ଖଳାର ସହ ଚାଲିବ ତାହା ଉପରେ ଗୁରୁତ୍ବ ଦିଆଯିବ ।