ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅନେକ ଅପକାର୍ଯ୍ୟ ହେଇଆସୁଛି। ଆଇନ କାନୁନ ଯେତେ ଥିଲେବି ଏହାକୁ ଖାତିର କରୁନାହାନ୍ତି ଲୋକେ। ଏହାଭିତରେ ଭଦ୍ରକ ଜିଲ୍ଲା ବଂଶଡା ଥାନା ଗୋପୀନାଥପୁର ପଞ୍ଚୟତ ବାଲିପଦା ଗାଁ ରେ ଯୌତୁକ ଜନିତ ବଧୂ ହତ୍ୟାର ଅଭିଯୋଗ ଆସିଛି l ମୃତ ବଧୁ କୁ ସ୍ୱାମୀ ଓ ତାର ପରିବାର ଲୋକେ ମିଳିମିଶି କିରୋସିନ ଢାଳି ଜାଳିଦେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କର ବାପଘର ଲୋକ। ଏହାସହ ସେ ନଅ ମାସର ଗର୍ଭବତୀ ଥିବାର ମଧ୍ୟ ସୂଚନାମିଳିଛି।
ସୂଚନାମୁତାବକ ବାଲିପଦା ଗାଁ ର ବାଇଧର ବିଶ୍ୱାଳଙ୍କ ଝିଅ ସେଇ ଗାଁ ର ପାଗଳା ବେହେରାଙ୍କ ପୁଅ ହୃଷିକେଶ ବେହେରାଙ୍କୁ ପ୍ରେମ କରି ବିବାହ କରିଥିଲେ l ହେଲେ ଶାଶୁ ଘର ଲୋକ ବାରମ୍ବାର ମାଳତୀକୁ ମାଡ଼ ମାରିବା ସହ ଯୌତୁକ ଜନିତ ନିର୍ଯ୍ୟାତନା ଦେଇଆସୁଥିଲେ। ନିର୍ଯ୍ୟାତନା ସହି ନପାରି ଗତକାଲି ଦିନ ପ୍ରାୟ ୪ ଟା ସମୟରେ ମାଳତୀ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲ ଅଣାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ମାଳତୀଙ୍କର ମୃତ୍ୟୁ ଘଟିଛି l ଯୌତୁକ ନେବା ଅପରାଧ ହୋଇଥିବା ବେଳେ ଏହାକୁ ନେଇ କଡା ଆଇନ ମଧ୍ୟ ରହିଛି। ହେଲେ ଏହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଯଦି ଏହା କାର୍ଯ୍ୟକାରୀ ହୋଇଥାଆନ୍ତା ତାହା ହେଲେ ମାଳତୀ ସହ ତାର ପେଟରେ ବଢ଼ୁଥିବା ଛୁଆଟିର ମଧ୍ୟ ଜୀବନ ବଞ୍ଚି ଯାଇଥାଆନ୍ତା। ତେବେ ବଞ୍ଚିଥିବା ଅବସ୍ଥାରେ ତ ମାଳତୀକୁ ନ୍ୟାୟ ମିଳିପାରିଲା ନାହିଁ । ମୃତ୍ୟୁ ପରେ ଏ ପ୍ରଶାସନ ମାଳତୀର ହତ୍ୟାକାରୀଙ୍କୁ କେଉଁ ଦଣ୍ଡ ଦେଉଛି ତାହା ଦେଖିବା ବାକି ରହିଲା। (ରିପୋର୍ଟ:ପ୍ରଶାନ୍ତ କୁମାର ପାଣି)