ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ସୋମବାର ଦିନ କେନ୍ଦ୍ର ସୂଚନା ଦେଇଛି କହିଛି ଯେ ଆସନ୍ତା ମାର୍ଚ୍ଚ ୧୬ ବୁଧବାର ଠାରୁ ୧୨ ରୁ ୧୪ ବର୍ଷର ବୟସର ପିଲାମାନଙ୍କ ପାଇଁ କୋଭିଡ ଟୀକାକରଣ ଆରମ୍ଭ ହେବ। ୧୨ ରୁ ୧୪ ବର୍ଷ ପିଲାମାନଙ୍କ ପାଇଁ ଇ’ର କର୍ବେଭ୍ୟାକ୍ସ ବ୍ୟବହୃତ ହେବ।ସୂଚନାଯୋଗ୍ୟ ଯେ ସରକାରଙ୍କ ଜାରି ଟୀକାକରଣ କାର୍ଯ୍ୟକ୍ରମ ଅଧୀନରେ ୧୪ ବର୍ଷରୁ ଅଧିକ ପିଲାମାନଙ୍କୁ ଟିକା ଦିଆଯାଉଛି। ସୂଚନାମୁତାବକ ଏପ୍ରିଲ ୧, ୨୦୨୧ ରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଟୀକାକରଣ ଆରମ୍ଭ କରାଯାଇଥିଲା। ଏହା ପରେ ସରକାର ଗତ ବର୍ଷ ମେ ୧ ରୁ ୧୮ ବର୍ଷରୁ ଅଧିକ ବୟସ୍କ ମାନଙ୍କୁ ଟୀକାକରଣ କରିବାକୁ ଅନୁମତି ଦେଇ ଏହାର ଟୀକାକରଣ ଡ୍ରାଇଭକୁ ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଟୀକାକରଣର ପରବର୍ତ୍ତୀ ପର୍ଯ୍ୟାୟ ୧୫-୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ଜାନୁଆରୀ ୩ ରୁ ଆରମ୍ଭ ହୋଇଥିଲା। ଏହାସହ ଚଳିତ ବର୍ଷ ଜାନୁୟାରୀ ୧୦ତାରିଖରୁ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଦେଶ ଲଢ଼ୁଥିବା ବେଳେ କରୋନାଭାଇରସ୍ ସଂକ୍ରମଣରେ କୁ ରୋକିବା ପାଇଁ ପ୍ରଥମେ ସ୍ୱାସ୍ଥ୍ୟସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ, ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ସମେତ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବୁଷ୍ଟଣ ଡୋଜ୍ ଦେବା ଆରମ୍ଭ କରାଯାଇଥିଲା।