ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଶନିବାର ଦିନ କାନାଡାର ଟରୋଣ୍ଟୋ ନିକଟରେ ଏକ ସଡକ ଦୁର୍ଘଟଣାରେ ପାଞ୍ଚ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଏହାସହ ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଛାତ୍ର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।କାନାଡାର ନ୍ୟୁଜ୍ ଚ୍ୟାନେଲ୍ CP24 ଅନୁଯାୟୀ, ଛାତ୍ରମାନେ ଯାତ୍ରା କରୁଥିବା ଯାତ୍ରୀବାହୀ ଭ୍ୟାନ୍ ଅନଟାରିଓର ଏକ ରାଜପଥରେ ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା ।
ତେବେ ମିଳିଥିବା ସୂଚନାମୁତାବକ ମୃତକଙ୍କ ନାମ ହରପ୍ରୀତ ସିଂ, ଜସପିନ୍ଦର ସିଂ, କରଣପାଲ ସିଂ, ମୋହିତ ଚୌହାନ ଏବଂ ପୱନ କୁମାର ବୋଲି ଜଣାପଡିଛି। ସମସ୍ତଙ୍କର ବୟସ ୨୧ ରୁ ୨୪ ବର୍ଷ ମଧ୍ୟରେ ଥିଲା ବୋଲି ଜଣାପଡିଛି। ସୋମବାର ସକାଳେ ଏକ ଟୁଇଟ୍ ଜରିଆରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୋକ ପ୍ରକାଶ କରିଛନ୍ତି। ସେ ଦୋହରାଇଛନ୍ତି ଯେ କାନାଡାର ଭାରତର କନସୁଲେଟ୍ ଜେନେରାଲ୍ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ।
ସେ ନିଜ ଟ୍ବିଟରେ କହିଛନ୍ତି କାନାଡାର ୫ ଜଣ ଭାରତୀୟ ଛାତ୍ରଙ୍କ ଦେହାନ୍ତ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।