ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଚିଲିକା ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣର ବାସ୍ତବଚିତ୍ର ବର୍ତ୍ତମାନ ଶୋଶିଆଲ ମିଡିଆରେ ଭାଇରାଲ ହେଉଛି। ବାଣପୁର ନିକଟରେ ବିଜେପି ପ୍ରାର୍ଥୀ ଦଳବଦ୍ଧ ଭାବେ ଚିଲିକା ବିଧାୟକଙ୍କୁ ଆକ୍ରମଣ କରିବା ସହ ଗାଡି ଭାଙ୍ଗି ଚୁନା କରି ଦେଇଛନ୍ତି। ଏହାସହ ଏହି ସମୟରେ ବିଧାୟକଙ୍କୁ ସୁରକ୍ଷା ଯୋଗାଉଥିବା ପିଏସଓ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ଆକ୍ରୋଷର ଶିକାର ହୋଇଛନ୍ତି। ଏହି ଭିଡିଓରୁ ଯାହା ଦେଖିବାକୁ ମିଳିଛି ପ୍ରଶାନ୍ତ ଗାଡିକୁ ପଛରୁ କିଛିଲୋକମାନେ ଧକ୍କା ଦେଇ ଆଗକୁ ଗଡାଇବାର ପ୍ରୟାସ କରିବା ପରେ ନିଜକୁ ରକ୍ଷା କରିବାକୁ ଯାଇ ବିଧାୟକ ଗାଡି ଆଗକୁ ଗଢ଼ାଇଥିଲେ। ଏହାପରେ ଗାଡିରୁ ବିଧାୟକଙ୍କୁ ଟାଣିକି ଆଣି ଲୋକ ମାନେ ତଳେ ପକାଇ ବାଡେଇବାର ଦେଖିବାକୁ ମିଳିଛି। ତେବେ ଗଣମାଧ୍ୟମରେ ସତ କୁ ସତ ଏବଂ ଭୁଲକୁ ଭୁଲ ପରିବେଷଣ କରାଇବା ଆବଶ୍ୟକ। ନିଜର ସ୍ବାର୍ଥ ପାଇଁ କାହାକୁ ଏପରି ଦୋଷୀ ସଜାଇବା ଆଦୌ ଉଚିତ ନୁହେଁ।