ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଗୋଟିଏ ଚିତ୍ରରେ ଆର୍ଟିଲିରି ବାଟାଲିୟନ ସକ୍ରିୟ ଭାବରେ ଦକ୍ଷିଣ-ପୂର୍ବ ଦିଗରେ ଗୁଳି ଚଳାଉଥିବାର ଦେଖିବାକୁ ମିଳିଛି। ଏକାଧିକ ଘର ଏବଂ ଅଟ୍ଟାଳିକା ଅଗ୍ନି କାଣ୍ଡ ହୋଇଥିବାର ଦେଖାଯାଇଛି। କିଭରେ ବହୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସାଟେଲାଇଟରୁ ମିଳିଥିବା ଚିତ୍ର ଅନୁସାରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବାର ଦେଖିବାକୁ ମିଳିଛି। ୠଷ ସହିତ ୟୁକ୍ରେନର ତୃତୀୟ ସପ୍ତାହରେ ହୋଇଥିବା ଆକ୍ରମଣରେ, ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କିଭରେ ଅନେକ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ୟୁକ୍ରେନ ଏକ ରଣନୀତିକ ମୋଡ଼ରେ ପହଞ୍ଚି ସାରିଛି। ସେ କହିଛନ୍ତି, “ୟୁକ୍ରେନ ଜମି ମୁକ୍ତ କରିବାକୁ ଆମ ପାଖରେ କେତେ ଦିନ ଅଛି (ତାହା ଆମ ଆଗରେ) ତାହା କହିବା ଅସମ୍ଭବ। କିନ୍ତୁ ଆମେ ଏହା କରିବୁ ବୋଲି ସେ କହିଛନ୍ତି। “ଆମେ ଆମର ଲକ୍ଷ୍ୟ, ଆମର ବିଜୟ ଆଡ଼କୁ ଅଗ୍ରସର ହେଉଛୁ।” ବର୍ତ୍ତମାନ ସୁଦ୍ଧା ୟୁକ୍ରେନରୁ ଅଢ଼େଇ ଲକ୍ଷ ଲୋକ ପଳାୟନ କରିଥିବାର ସୂଚନାମିଳିଛି।