ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଚିଲିକା ବିଧାୟକଙ୍କୁ ଆକ୍ରମଣ। ବାଣପୁର ନିକଟରେ ଚିଲିକା ବିଧାୟକଙ୍କୁ ଆକ୍ରମଣ କରାଯାଇଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ କୁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିବାର ସୂଚନା ମିଳୁଛି। ଆକ୍ରମଣରେ ବିଧାୟକଙ୍କୁ ବହୁ କ୍ଷତ ଆସିଥିବାର ସୂଚନା ମିଳୁଥିବାବେଳେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁନା କରିଦେଇଛନ୍ତି ସ୍ଥାନୀୟ ଲୋକେ। ତେବେ ବର୍ତ୍ତମାନ ସୁଦ୍ଧା ଯାହା ସୂଚନାମିଳୁଛି ଯେ ବିଧାୟକ ବେପାରୁଆ ଭାବରେ ଭିଡରେ ଗାଡି ଚଳାଉଥିଲେ ଏବଂ ଗାଡି ଧକ୍କାରେ ଦୁଇ ଜଣ ପୋଲିସ ଅଫିସର ମଧ୍ୟ ଆହାତ ହୋଇଛନ୍ତି। ଯାହା ଫଳରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମାନେ ବିଧାୟକଙ୍କ ଗାଡି ଉପରେ ଆକ୍ରମଣ କରିଛନ୍ତି। ତେବେ ବିଧାୟକ ନିଜେ ଗାଡି ଚଳାଉଥିଲେ। ଜୋରଜବରଦସ୍ତି ଭିଡ ଭିତରେ ଗାଡି ପୁରାଇବାରୁ ଏଭଳି କାଣ୍ଡ ହୋଇଥିବାର ସୂଚନା ମିଳୁଛି। ଏହି ଘଟଣାରେ ୩ଜଣ ସ୍ଥାନୀୟଲୋକ ଏବଂ ୨ଜଣ ପୋଲିସ କର୍ମଚାରୀ ଆହାତ ହୋଇଥିବାର ସୂଚନାମିଳିଛି। ସେମାନଙ୍କୁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି କରାଯାଇଛି।