ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତର ନାୟବ ସରପଞ୍ଚ ପଦବୀ ନିମନ୍ତେ ଚଳିତ ମାର୍ଚ୍ଚ ମାସ ୧୧ ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି । ଏଥି ନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ୧୧ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧ଟାରୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଅର୍ଥାତ୍ ତା ୧୧ ତାରିଖ ଦିନ ମଧ୍ୟାହ୍ନ ୧୨ଟାରୁ ୧ ଘଟିବା ପର୍ଯ୍ୟନ୍ତ ନାୟବ୍ ସରପଞ୍ଚ ପଦବୀ ନିମନ୍ତେ ଭୋଟଗ୍ରହଣ କରାଯିବ ଓ ମତଦାନ ପରେ ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।