ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ , ପଞ୍ଜାବ , ଗୋଆ , ମଣିପୁର ଓ ଉତ୍ତରାଖଣ୍ଡର ମୋଟ ୬୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇ ଯାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପୂର୍ବରୁ ଏକଜିଟ୍ ପୋଲ ର ପୂର୍ବାନୁମାନ ଅନୁଯାୟୀ ଉତ୍ତରପ୍ରଦେଶରେ ବିଜେପି ଏହାର ସରକାର ବଜାୟ ରଖିବାକୁ ଥିବାବେଳେ ପଞ୍ଜାବରେ କଂଗ୍ରେସ ସରକାରର ପତନ ହେବ। ପଞ୍ଜାବରେ ଆପ ସରକାର ଗଠନ ହୋଇ ପାରେ। ବର୍ତ୍ତମାନ ଗଣନ ଅନୁସାରେ ପଞ୍ଜାବରେ ଆପ ବର୍ତ୍ତମାନ ଆଗରେ ଅଛି। ଗୋଆରେ ବିଜେପି, ମଣିପୁରରେ ବିଜେପି,ଉତ୍ତରାଖଣ୍ଡ ରେ ବିଜେପି ର ପଲ୍ଲା ଭାରି ରହିଛି। ତେବେ ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ବିଧାନସଭା ଭୋଟଗଣତି ପାଇଁ ମଦକୁ ବ୍ୟାନ କରାଯାଇଛି।