ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ବର୍ତ୍ତମାନ ପଞ୍ଜାବରେ ଚମତ୍କାର ପ୍ରଦର୍ଶନ କରିଛି ଆପ। ଆମ୍ ଆଦମୀ ପାର୍ଟି ର ଏହି ପରି ବିଜୟ ପରେ ରାଘବ ଚଡ୍ଡା କହିଛନ୍ତି ଯେ ଆପ ବର୍ତ୍ତମାନ ଏକ ଜାତୀୟ ଦଳ ହୋଇପାରିଛି । ଏହାସହ କଂଗ୍ରେସକୁ ହରାଇପାରିଛି।
ସେ କହିଛନ୍ତି, “ପାର୍ଟୀ ଭାବରେ ଆପ ପାଇଁ ଏହା ଏକ ଜବରଦସ୍ତ ଦିନ। କାରଣ ଆଜି ଆମେ ଏକ ଜାତୀୟ ଦଳ ହୋଇଛୁ। ଆମେ ଆଉ ଆଞ୍ଚଳିକ ଦଳ ନୁହଁ। ଏଠ ଏହାସବୁ ,ହୋଇପାରିଛି କେବଳ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶ ପାଇଁ। କଂଗ୍ରେସର ଚରଣଜିତ ସିଂ ଚାନ୍ନି ଏବଂ ନବଜୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ଅକାଲୀ ଦଳ ପରି ହେଭିୱେଟ୍ ନେତା ମଇଦାନରେ ଥାଇ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଦଳକୁ ଲୋକଙ୍କର ସମର୍ଥନ ମିଳିଲା। ଜନତା ଜାଣନ୍ତି କିଏ କାମ କରିବ। ଆମେ ସାଧାରଣ ଜନତାଙ୍କର ସ୍ବର।
ପଞ୍ଜାବର ଅର୍ଥନୀତିକୁ ପୁନର୍ଜୀବିତ କରିବା ଏବଂ ଏହାର ଗୌରବ ଫେରାଇ ଆଣିବା ପାଇଁ ଆପ ଏକ ବ୍ଲୁ ପ୍ରିଣ୍ଟ ଉପରେ କାର୍ଯ୍ୟ କରିବ ବୋଲି ଶ୍ରୀ ଚଡ୍ଡା କହିଛନ୍ତି। ଏହି ବିଜୟର ଆମ ପାଇଁ ଅର୍ଥ କ’ଣ ଆମେ ଜାଣୁ। ଆମେ ଏହାର ପ୍ରକୃତ ମୂଲ୍ୟ ଆମେ ବୁଝିପାରୁଛୁ ବୋଲି ସେ ସୂଚନାଦେଇଛନ୍ତି। ତେବେ ଆଜି ଭୋଟ ଗଣତି ପୂର୍ବରୁ ଓ୍ବାହେଗୁରୁ ମେହେର କରେ ବୋଲି ନିଜ ଟ୍ବିଟରେ ଲେଖିଥିଲେ। ଯାହା ଲାଗୁଛି ଭଗବାନ ତାଙ୍କର କୃପା ଆପ ଉପରେ ବର୍ଷା କରିଛନ୍ତି।