ସନଷ୍ଟାର ଟିଭି ବ୍ୟୁରୋ
କଟକ:ଗତକାଲି କଟକ ଛତ୍ରବଜାର ପୋଲ ଭୁଶୁଡି ଯାଇଥିଲା ଯେଉଁଥିରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଏହାଭିତରୁ ଆଉକିଛି ବର୍ତ୍ତମାନ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନାମୁତାବକ କଟକରେ ତାଳଦଣ୍ଡା କେନାଲଣ ସୌନ୍ଦଯ୍ୟକରଣ କରାଯିବା ପାଇଁ ଏହି ବ୍ରିଜ କାମ କରାଯାଉଥିଲା। କିନ୍ତୁ ପୋଲ ଅଧାଗଢ଼ା ଅବସ୍ଥାରେ ହିଁ ଭାଙ୍ଗି ଯାଇଛି। ତେବେ ଏହା ପ୍ରଶ୍ନ ଉଠୁଛି ଯେ ଏବେ ଏବେ ଗଢ଼ା ହେଉଥିବା ପୋଲ ଭାଙ୍ଗିଲା କାହିଁକି? ଏହା ପ୍ରଶାସନ ର ନିମ୍ନ ମାନ କାମର ପରିଚୟ ଦେଉଛି। ଅବା ଏଥିରେ ଠିକାସଂସ୍ଥାର ବେପାରୁ କାର୍ଯ୍ୟର ସୂଚନାଦେଉଛି। ପ୍ରଶାସନ ଯଦି କାର୍ଯ୍ୟ ଉପରେ ସଠିକ ଦୃଷ୍ଟି ଦେଉଥାଆନ୍ତେ ତେବେ ଏହି ଦୁଃର୍ଘଟଣାହୋଇ ନଥାଆନ୍ତା। କିମ୍ବା ଆଜି ଦୁଇଟି ପରିବାର ଉଜୁଡି ନଥାନ୍ତା। ଏହି ପୋଲ ତଳେ ବହୁ ପରିବା ବ୍ୟବସାୟୀ ମାନେ ବସି ନିଜର ବ୍ୟବସାୟ କରିଥାନ୍ତି।ଠିକା ସଂସ୍ଥା କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନକରି କିପରି ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ ଜାରି ରଖିଥିଲା ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏପରି ଅଘଟଣ କିପରି ହୋଇଛି ତାହାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିଜନଙ୍କୁ ସମବେଦନା ଜଣାଇଛନ୍ତି । ଏଥ୍ସହିତ ଅଘଟଣରେ ମୃତ୍ୟୁ ଘଟିଥିବା ୨ ଶ୍ରମିକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏପରିକି ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦେଶ ଦେବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।