ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ଦୁନିଆରେ ଅନେକ ଏପରି ସ୍ଥାନ ରହିଛି ଯାହା ଦରକାର ପଡିଲେ ମଣିଷର ଜୀବନକୁ ମଧ୍ୟ ନେଇଯାଏ । କିଛି ସ୍ଥାନର ନାମ ଶୁଣିବା ମାତ୍ରେ ତ ଲୋକମାନେ ଭୟରେ କମ୍ପି ଉଠନ୍ତି । ଇଂଲଣ୍ଡରେ ଏହିପରି ଏକ ବଗିଚା ଅଛି ଯେଉଁଠିକୁ ଗଲେ ମଣିଷ ଜୀବିତ ହୋଇଆଉ ଫେରେ ନାହିଁ । ଏହାର ବାସ୍ତବିକତା ହେଲା ସେହି ବଗିଚାକୁ ଯାଇ ନିଃଶ୍ବାସ ନେବା ମାତ୍ରେ ମଣିଷର ଜୀବନ ଚାଲିଯାଏ । ତେଣୁ ଏହି ବଗିଚାର ନାମ ଶୁଣିବା ମାତ୍ରେ ଲୋକମାନେ ଭୟ ପାଇ ଯାଆନ୍ତି । କିନ୍ତୁ ଭୁଲ୍ବଶତଃ ଯଦି କେହି ସେଇ ବଗିଟା ଭିତରକୁ ଚାଲିଯାଏ ତେବେ ସେ ଜୀବନ ନେଇ ଫେରିବା ବୋଧହୁଏ ଅସମ୍ଭବ ହୋଇପଡ଼େ । ସେଥିପାଇଁ ବଗିଟା ଭିତରକୁ ଏକୁଟିଆ ଯିବା ପାଇଁ ଅନୁମତି ଦିଆଯାଏ ନାହିଁ । ଇଂଲଣ୍ଡର ନର୍ଥମ୍ବରଲ୍ୟାଣ୍ଡ୍ରେ ସ୍ଥିତ ଏହି ବଗିଚାର ନାମ ‘ ଅଲ୍ଓ୍ବିକ୍ ପଏଜନ୍ ଗାର୍ଡେନ୍ ’ । ଏହି ବିଷାକ୍ତ ଗାର୍ଡେନ୍କୁ ସବୁଠାରୁ ବିପଦପୂର୍ଣ୍ଣ ଗାର୍ଡେନ୍ ଭାବରେ ଗ୍ରହଣ କରାଯାଇଛି । କିନ୍ତୁ ଇଂଲଣ୍ଡର ସବୁଠାରୁ ସୁନ୍ଦର ଆକର୍ଷଣ ମଧ୍ୟରୁ ଏହା ଅନ୍ୟତମ । ଗାର୍ଡେନ୍ରେ ପ୍ରବେଶ କରିବା ପାଇଁ ଏକ କଳା ଲୁହା ଗେଟ୍ ରହିଛି ।

ଏହି ଗେଟ୍ରେ ପରିଷ୍କାର ଭାବରେ ଲେଖା ହୋଇଛି - ଫୁଲକୁ ଶୁଙ୍ଘିବା ତଥା ଛିଣ୍ଡେଇବା ମନା । ପ୍ରବେଶ ଦ୍ଵାରରେ ଚେତାବନୀ ଦେବା ସହିତ ବିପଦର ସଙ୍କେତ ମଧ୍ୟ ଦିଆ ଯାଇଛି । ଏହି ବିଷାକ୍ତ ବଗିଚା ୧୪ ଏକର ଜମିରେ ତିଆରି ହୋଇଛି । ସେଠାରେ ପାଖାପାଖି ୭୦୦ ବିଷାକ୍ତ ଗଛ ଲାଗିଛି । କୁହାଯାଏ ଯେ ରାଜାଙ୍କର ଶାସନ ସମୟରେ ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ଏହି ବିଷାକ୍ତ ଫୁଲଗୁଡ଼ିକର ବ୍ୟବହାର କରାଯାଉଥିଲା । ତେଣୁ ବଗିଚାକୁ ବୁଲିବାକୁ ଯାଇଥିବା ୧୦୦ରୁ ଅଧିକ ଲୋକଙ୍କର ଏ ପର୍ଯ୍ୟନ୍ତ ମୃତ୍ୟୁ ହୋଇ ସାରିଛି। ସେଥିପାଇଁ ଅଳ୍ପ ଅସାବଧାନତା ଯୋଗୁଁ ଜୀବନ ମଧ୍ୟ ଚାଲି ଯାଇପାରେ । ତେବେ ସୂଚନାମୁତାବକ ବଗିଚାକୁ ପରିଦର୍ଶକମାନେ ଏକ ଗାଇଡ୍ ଦ୍ୱାରା ପ୍ରବେଶ କରିଥାଆନ୍ତି। କୌଣସି ଉଦ୍ଭିଦକୁ ଶୁଙ୍ଘିବା , ଛୁଇଁବା କିମ୍ବା ସ୍ୱାଦ ଚାଖିବା ପାଇଁ ସେମାନଙ୍କୁ ବାରଣ କରାଯାଇଥାଏ। ବଗିଚାରେ ମାରାତ୍ମକ ଉଦ୍ଭିଦଗୁଡିକ ଜୀବିତ ରଖିବା ପାଇଁ କର୍ମଚାରୀମାନଙ୍କୁ ସୁଟ୍ ପିନ୍ଧିବାକୁ ପଡିଥାଏ।

ତେବେ ଏହି ଅସାଧାରଣ ବଗିଚା ପଛରେ ଡୁକେସ୍ ର ଦିମାଗ ଥିଲା ଯିଏକି ସାଧାରଣ ଔଷଧୀୟ ବଗିଚା କରିବାକୁ ଚାହୁଁନଥିଲା ଏବଂ ଏହା ବଦଳରେ ଏକ ବିଷ ବଗିଚା ଯିବାକୁ ସ୍ଥିର କରିଥିଲା।