ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ବାରାଣସୀର ଗଣନା କେନ୍ଦ୍ରରୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଚୋରି କରି ନିଆଯାଉଛି ବୋଲି ଅଭିଯୋଗ କରିବା ବୌଦ୍ୟୁତିକ ଭୋଟିଂ ମେସିନ୍ (ଇଭିଏମ୍) ‘ଚୋରି’ ମାମଲାରେ ବାରାଣାସୀର ଜଣେ ଏଡିଏମ୍ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ଖବର ସାମ୍ନାକୁ ଆସୁଛି। ନିର୍ବାଚନ ଆୟୋଗ ସହ ଜଡିତ ସୂତ୍ର ଏହି ସୂଚନା ଦେଇଛି। ନିର୍ବାଚନ ଆୟୋଗ ଏବଂ ବାରାଣାସୀ ପ୍ରଶାସନ ସ୍ପଷ୍ଟ କରିଛନ୍ତି ଯେ ଏହି ଇଭିଏମ୍ ଗୁଡିକ ଭୋଟ୍ ଦେବା ପାଇଁ ବ୍ୟବହୃତ ହେଉନାହିଁ, ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଇଭିଏମ୍ ଗୁଡିକ ତାଲିମ ପାଇଁ ନିଆଯାଉଛି।
ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ (ମାର୍ଚ୍ଚ ୧୦ ରେ) ଇଭିଏମ୍ ଗୁଡ଼ିକର ଗତିବିଧି ବିବାଦ ସୃଷ୍ଟି କରିଛି। ବାସ୍ତବରେ ଏସପି ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ଦିନ ଅଭିଯୋଗ କରିଛନ୍ତି ଯେ ଭୋଟ୍ ଗଣନର ୪୮ ଘଣ୍ଟା ପୂର୍ବରୁ ବାରାଣାସୀରେ ଇଭିଏମ୍ ମେସିନ୍ ଚୋରି ହୋଇଯାଇଛି। ଇଭିଏମ୍ ବେଆଇନ ଭାବେ ପରିବହନ କରାଯାଇଥିଲା। ବର୍ତ୍ତମାନ ସମାଜବାଦୀ ପାର୍ଟି ଦ୍ୱାରା ଏକ ଭିଡିଓ ରିଲିଜ୍ ହୋଇଛି ଯେଉଁଥିରେ ଅଧିକାରୀ ଜଣକ ସ୍ୱୀକାର କରିଛନ୍ତି ଯେ ସେଠାରେ ତ୍ରୁଟି ଅଛି।