ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ଚାଲିଥିବା ରିଅଲିଟି ସୋ ଲକ୍ ଅପ୍ ର ଏକ ଏପିସୋଡରେ, ସାଇଶା ସିନ୍ଦେଙ୍କୁ ଦେଖିବାକୁ ମିଳିଛି। ତେବେ ଏହି ଶୋର ଟ୍ରାଇଟେରିୟା ହିସାବରେ ଏହି ଶୋ ରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ନିଜର ସିକ୍ରେଟ(ଗୋପନ କଥା)କୁ ପରିପ୍ରକାଶ କରିବାକୁ ପଡିବ। ତେବେ ଏହି ଶୋରେ ଯୋଡି ହୋଇ ସେ କହିଛନ୍ତି ଯେ କିପରି ମାନସିକ ନିର୍ଯାତନାର ଶୀକାର ହୋଇଥିଲେ। ପୂର୍ବରୁ ସାଇଶା ଜଣେ ପୁରୁଷଙ୍କ ସହ ସମ୍ପର୍କରେ ରହିଥିଲେ। ସେ ଯେଉଁ ପୁରୁଷଙ୍କ ସହ ରହିଥିଲେ ସେ ତାଙ୍କୁ ଶାରୀରିକ ନୁହେଁ ବରଂ ମାନସିକ ନିର୍ଯାତନା ଦେଉଥିଲା। ସେ ତାଙ୍କୁ ବାରମ୍ବାର ଅନୁଭବ କରାଉଥିଲା ଯେ ସେ ମୁଁ କଚଡା ଅଟେ। ସେ ମୋ ବିରୁଦ୍ଧରେ ଖରାପ ଭିଡିଓ କରିବା ପାଇଁ ମୋ ଦ୍ୱାର ବାହାରେ ଠିଆ ଆସିଛିଡା ହୁଏ। ଏହାସହ ମୋତେ ଗୁପ୍ତରେ ଆସି ଦେଖେ, ମୁଁ ବାଥରୁମରେ କଣ କରେ ତାହା ଉପରେ ନଜର ରଖେ। ଏହି ସବୁ ପାଇଁ ସେ ମୋ ପାଇପ ଲାଇନ ଦେଇ ବାଲକୋନି ଉପରେ ମଧ୍ୟ ଛିଡା ହୋଇ ରହିଥାଏ। ସେ ଏହା ସବୁ କରୁଥିଲା କାରଣ ମୁଁ ତା ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରି ଦେଇଥିଲି। ଅଲ୍ଟ ବାଲାଜୀ ଏବଂ ଏମଏକ୍ସ ପ୍ଲେୟାରରେ ଲକ୍ ଅପ୍ ଷ୍ଟ୍ରିମ୍ ହୋଉଛି ଯେଉଁଥିରେ ହୋଷ୍ଟିଂଗ କରୁଛନ୍ତି କଙ୍ଗନା ରାନାୱଟ୍। ସୂଚନାମୁତାବକ ସାଇଶା ବହୁ ସେଲିବ୍ରେଟିଙ୍କ ଡିଜାଇନର ଅଟନ୍ତି। ସେ ଶ୍ରଦ୍ଧା କପୁର ଏବଂ ଭୁମି ପେଡନେକର, ହିନା ଖାନ ତାପସି ପନୁ, ସନି ଲିଓନି ଆଦି ଅନେକ ସେଲିବ୍ରେଟି ମାନଙ୍କ ପାଇଁ ଡିଜାଇନ କରିଛନ୍ତି। ସାଇଶା ମିସ୍ ୟୁନିଭର୍ସ ୨୦୨୧ରେ ଫାଇନାଲ୍ ରାଉଣ୍ଡ ପାଇଁ ହର୍ନାଜ୍ କୌର ସିନ୍ଧୁ ପିନ୍ଧିଥିବା ଏକ ଗାଉନ୍ ମଧ୍ୟ ଡିଜାଇନ୍ କରିଥିଲେ।