ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ନରସିଂହପୁର ଅଞ୍ଚଳରେ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଏହି ପ୍ରସଂଗରେ ମୁହଁ ଖୋଲିଛନ୍ତି wildlife ପିସିସିଏଫ। ସେ କହିଛନ୍ତି ଘଟଣାର ତଦନ୍ତ ପାଇଁ ଡିଏଫଓ ଓ ରେଞ୍ଜରଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ତେବେ ଘଟଣାର ସବୁଦିଗକୁ ତଦନ୍ତର ପରିସରଭୁକ୍ତ କରାଯିବ। ନିର୍ଦ୍ଧିଷ୍ଟ ଭାବେ କେବେ ହାତୀର ମୃତ୍ୟୁ ଘଟିଛି ତାହା ଜଣା ନାହିଁ। ତେବେ ହାତୀର ଲିଙ୍ଗ ନିରୂପଣ,ତଥା ଏଥିରେ ବନବିଭାଗର କର୍ମଚାରୀଙ୍କ ଭୂମିକାକୁ ମଧ୍ୟ ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଆବଶ୍ୟକସ୍ଥଳେ ଡିଏନଏ ଟେଷ୍ଟ ପାଇଁ ନମୁନା ପଠାଯିବ ବୋଲି ସୂଚନା ଦିଆଯାଇଛି। ଗତ କିଛିବର୍ଷ ଭିତରେ ହାତୀ ଶୀକାର କମିଥିବା ମଧ୍ୟ ପିସିସିଏଫ କହିଛନ୍ତି ।