ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଶ୍ରୁତି ମହାପାତ୍ର ଯିଏ କି ନାରୀଶକ୍ତିର ଏକ ଜ୍ବଳନ୍ତ ଉଦାହାଣ। ତେବେ ତାଙ୍କର ସଂର୍ଘଷ ରୁ ସଫଳତା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରାକୁ ବ୍ୟର୍ଥ ନଯିବା ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଓ ୨୦୨୧ ଲାଗି ସମ୍ମାନଜନକ ନାରୀଶକ୍ତି ପୁରସ୍କାର ଘୋଷଣା କରାଯାଇ ତାଙ୍କୁ ସମ୍ମାନିତ କରାଯାଇଛି। ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ କାର୍ଯ୍ୟ କରୁଥିବା ଡ . ଶ୍ରୁତି ମହାପାତ୍ରଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରଷ୍କାର ପ୍ରଦାନ କରିଛନ୍ତି। ଡ . ଶ୍ରୁତି ଜଣେ ଭିନ୍ନକ୍ଷମ। କିନ୍ତୁ ସେ ସାଧାରଣ ହୋଇ ବଞ୍ଚି ରହିବାକୁ ଚାହୁଁନଥିଲେ। ସେ ଚାହୁଁଥିଲେ ଏହି ଆକାଶରେ ଉଡିବାକୁ, ସଫଳତାର ସ୍ବାଦ ଚାଖିବାକୁ। ବାଟରେ ଯେତେ ବି ବାଧା ବିଘ୍ନ ଆସିଲା ସେ ସବୁକୁ ଭୁଲି ସେ ତାଙ୍କର କର୍ତ୍ତବ୍ୟ କରିଚାଲିଲେ । ଯାହା ପାଇଁ ବିଳମ୍ବରେ ବି ହେଉ ତାଙ୍କୁ ସଫଳତା ମିଳିଲା। ତେବେ ଆମେ ତାଙ୍କ ସଂଘର୍ଷର କାହାଣୀ କେବଳ ଶୁଣିଛନ୍ତି ହେଲେ ସେ କେଉଁ କେଉଁ ବାଧାବିଘ୍ନ ଦେଇ ପଥ ଅତିକ୍ରମ କରିଛନ୍ତି ତାହା ଦେଖି ନାହାନ୍ତି। କିନ୍ତୁ ଆମେ ତାଙ୍କ ସଂର୍ଘଷର ଯାତ୍ରାର ଏକ ଝଲକ ଦେଖିବାକୁ ପାଇବା। ତରଙ୍ଗ ସିନେପ୍ରଡକ୍ସନରେ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ପାଦେ ଆକାଶ। ଯାହା ଡ . ଶ୍ରୁତି ମହାପାତ୍ରଙ୍କ ଜୀବନ ଉପରେ ଆଧାରିତ। ଏଥିରେ ଶ୍ରୁତିଙ୍କ ଭୂମିକାରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ।