ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୁରୁବାର ଦିନ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବାକୁ ଦିଲ୍ଲୀ ଆସିଛନ୍ତି।
ତେବେ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଗୋଆରେ ଦଳର କ୍ଷମତା ବଜାୟ ରଖିବାର ଆଶା ସମ୍ପର୍କରେ ଶ୍ରୀ ସାୱନ୍ତ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେବେ ବୋଲି ଅନୁମାନ କରାଯାଉଛି। ତେବେ ଏହି ବୈଠକ ପରେ ଶ୍ରୀ ସାୱନ୍ତ ମୁମ୍ବାଇ ଯିବେ, ଯେଉଁଠାରେ ସେ ଏବଂ ରାଜ୍ୟ ବିଜେପି ସଭାପତି ସଦାନନ୍ଦ ଏମ ଶେଟ ତାନାଭାଡେ ବିଜେପିର ଗୋଆ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସଙ୍କ ସହ ଆଲୋଚନା କରିବେ। ଗତକାଲି ଭୋଟ୍ ଶେଷ ହୋଇଛି ତେବେ ଗୋଆ ଆସନ ବିଜେତା କେଉଁଦଳ ହେବ ତାହା ଦେଖିବା ବାକି ରହିଲା।