ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୨୨ ରୁ ୨୪ ତାରିଖ ମଧ୍ୟରେ କୌଣସି ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ଆଗକୁ ପୌର ନିର୍ବାଚନ ଥିବା ବେଳେ ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୨୨ ରୁ ୨୪ ପର୍ଯ୍ୟନ୍ତ ଯୁକ୍ତ ୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ବନ୍ଦ ନେଇ ଚିଠି ଲେଖି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ। ସୂଚନାମୁତାବକ କଲେଜମାନଙ୍କରେ ପୋଲିଂ ବୁଥ ହେଉଥିବାରୁ ପରୀକ୍ଷା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ତେବେ ପୌର ନିର୍ବାଚନକୁ ନେଇ ପରୀକ୍ଷା ବନ୍ଦ କରିବାକୁ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।